ନାବାଳିକା ଦୁଷ୍କର୍ମ ଉଦ୍ୟମ: ଦୋଷୀକୁ ୩ ବର୍ଷ ଜେଲ୍‌

Advertisment
ମହଙ୍ଗା ପଡ଼ିଲା ମିଛ କହି ଦ୍ବିତୀୟ ବିବାହ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

LAW-INSIDER

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଦୋଷୀ ପଣ୍ଡାପଡ଼ା ଥାନା ଆଙ୍କଲପଡ଼ା ଗ୍ରାମର ବିଜୟ ନାଏକ (୨୪)କୁ ତିନିବର୍ଷ ସଶ୍ରମ କାରଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ୍‌। ସେହିପରି ନାବାଳିକାଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

୨୦୧୭ ଏପ୍ରିଲ ୭ରେ ଗାଁରେ ପାଲା ହେଉଥିଲା। ଦୁଇଝିଅକୁ ଘରେ ଛାଡ଼ି ବାପାମା’ ପାଲା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ଗୋଟାଏ ସମୟରେ ବିଜୟ ଘରେ ପଶି ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ନାବାଳିକା ଜଣକ ପାଟି କରିବାରୁ ପାଖରେ ଶୋଇଥିବା ସାନଭଉଣୀ ଉଠି ବାହାରକୁ ଆସିଥିଲେ। ପାଲା ହେଉଥିବା ସ୍ଥାନକୁ ଯାଇ ବାପାମା’ଙ୍କୁ ଡାକି ଆଣିଥିଲେ। ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡ଼ିଥିଲା। ଏନେଇ ପଣ୍ଡାପଡ଼ା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ କେସ୍‌ ନମ୍ବର ୨୭/୨୦୧୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା।  ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦୋଷୀକୁ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe