ପ୍ରହସନ ପାଲଟିଛି ହାତୀ କରିଡର, ବିଦ୍ୟୁତ୍‌ ଆଘାତରେ ମଲେଣି ୩୦

Advertisment

କାମ୍ପା ପାଣ୍ଠିରୁ ନେସ୍କୋକୁ ମିଳିଛି ୫୮ କୋଟି, କାମ ଆଗଉନି

କାମ୍ପା ପାଣ୍ଠିରୁ ନେସ୍କୋକୁ ମିଳିଛି ୫୮ କୋଟି, କାମ ଆଗଉନି

ରାଇରଙ୍ଗପୁର ବନଖଣ୍ଡରେ ହାତୀ-ମଣିଷ ସଂଘର୍ଷ: ୧୮ ବର୍ଷରେ ଗଲାଣି ୧୮ ଜୀବନ

କେନ୍ଦୁଝର: ହାତୀ ପ୍ରବଣ ଜିଲ୍ଲା କେନ୍ଦୁଝର। ଜିଲ୍ଲାର ସମସ୍ତ ୧୩ଟି ବ୍ଲକ୍‌ରେ ଅବାଧରେ ଚଳପ୍ରଚଳ କରିଥା’ନ୍ତି ହାତୀପଲ। ଜିଲ୍ଲାରେ ବିଦ୍ୟୁତ୍‌ ଆଘାତରେ ସର୍ବାଧିକ ହାତୀଙ୍କ ମୃତ୍ୟୁ ଘଟୁଛି। ୨୦ ବର୍ଷ ମଧ୍ୟରେ ୩୦ଟି ହାତୀ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଥିବାବେଳେ ଏ ଦିଗରେ ନେସ୍କୋ କର୍ତ୍ତୃପକ୍ଷ ଯେତିକି ତତ୍ପର ହେବା କଥା ହେଉନାହାନ୍ତି। ବିଦ୍ୟୁତ୍‌ ଆଘାତରୁ ହାତୀକୁ ସୁରକ୍ଷା ଦେବା ପାଇଁ ବନ ବିଭାଗର କାମ୍ପା ପାଣ୍ଠିରୁ ହାତୀ କରିଡର ପାଇଁ ନେସ୍କୋକୁ ପ୍ରାୟ ୫୮ କୋଟି ଟଙ୍କା ଦିଆଯାଇଥିଲେ ମଧ୍ୟ ଏହି କାର୍ଯ୍ୟ ଏଯାଏ ଆରମ୍ଭ ହୋଇନାହିଁ।

ସରକାରୀ ତଥ୍ୟ ଅନୁସାରେ, ୨୦୦୧-୦୨ରୁ ୨୦୨୦-୨୧ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୧୧୪ଟି ହାତୀ ପ୍ରାଣ ହରାଇଥିବା ବେଳେ ସେଥିରୁ ୩୦ଟି ବିଦ୍ୟୁତ୍‌ ଆଘାତ ଜନିତ। କେନ୍ଦୁଝର ଜିଲ୍ଲାରେ ବାରମ୍ବାର ବିଦ୍ୟୁତ୍‌ ଆଘାତରେ ହାତୀଙ୍କ ମୃତ୍ୟୁ ଘଟୁଥିବାରୁ ଏହାକୁ ରୋକିବା ପାଇଁ ଗତବର୍ଷ ୧୧ଟି ହାତୀ ଚଳପ୍ରଚଳ ସ୍ଥାନ ଚିହ୍ନଟ କରାଯାଇଥିଲା। ହରିଚନ୍ଦନପୁର, ହାଟଡିହି, ଦୈତାରୀ, ବଉଳା, ଘଟଗାଁ, ଘସିପୁରା, ଆନନ୍ଦପୁର ଜଙ୍ଗଲରେ ୧୧ଟି ହାତୀ କରିଡ଼ର ଚିହ୍ନଟ ହୋଇଥିଲା। ଏସବୁ ହାତୀ କରିଡ଼ରରେ ଥିବା ବିଦ୍ୟୁତ୍‌ ଲାଇନ୍‌ର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର କାମ୍ପା ପାଣ୍ଠିରୁ ନେସ୍କୋକୁ ୫୮ କୋଟି ଟଙ୍କା ପ୍ରଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୮ କୋଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଦେଇଥିଲେ। ନେସ୍କୋକୁ ଅର୍ଥ ଦିଆ ସରିଥିବାରୁ ଏହି କାର୍ଯ୍ୟ ତୁରନ୍ତ ଶେଷ ହେବା କଥା। ୨୦୧୯ ଅଗଷ୍ଟ୨୬ ତାରିଖରେ ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲେ ମଧ୍ୟ ଏଯାଏ କାହାକୁ ଟେଣ୍ଡର ଦିଆଯାଇନାହିଁ। ହାତୀ କରିଡର ସମ୍ପର୍କରେ ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଏହି କାମ ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ ବୁଝୁଛି। ସେହିପରି ନେସ୍କୋର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର ଅଜିତ ଭୂୟାଁ କହିଛନ୍ତି, ହାତୀଙ୍କ ସୁରକ୍ଷା ସହ ଜଡ଼ିତ ଥିବା ହାତୀ କରିଡର କାମ ଯୁଦ୍ଧକାଳୀନ ଭିତ୍ତିରେ ହେବା କଥା। ମାତ୍ର ‌ଉପଯୁକ୍ତ ବିଶେଷଜ୍ଞଙ୍କ ଅଭାବ ଯୋଗୁଁ ଏହି ପ୍ରକଳ୍ପ କାମରେ ବିଳମ୍ବ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe