ଜଳଖିଆ ଖାଇ ଆବାସିକ ହଷ୍ଟେଲର ୪୨ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ମଧ୍ୟବର୍ତ୍ତୀକାଳୀନ ଆକଳନ ଆରମ୍ଭ

symbolic pic

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସର ୪୨ ଜଣ ଛାତ୍ରୀ ଅସୁସ୍ଥ ହେବାରୁ ସେମାନଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ଅପରାହ୍ନରେ କିଛି ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ପରେ ପ୍ରାୟ ୪୨ ଛାତ୍ରୀ ଅସୁସ୍ଥ ହେବାରୁ ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ଛାତ୍ରୀଙ୍କ କହିବା ଅନୁଯାୟୀ ସକାଳେ ବେଳେ ସେମାନେ ସୁଜି ଖାଇଥିଲେ। ପରେ କିଛି ଜଣଙ୍କର ମୁଣ୍ଡ ବୁଲାଇବା ସହିତ ଝାଡାବାନ୍ତି ହୋଇଥିଲା। ଧୀରେ ଧୀରେ ପ୍ରାୟ ୪୨ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ଛାତ୍ରୀମାନେ ଅସୁସ୍ଥ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ମେଡିକାଲ ନେଇ ଯାଇଥିଲେ।

ତେବେ ଯେଉଁମାନେ ସୁଜି ଖାଇ ନଥିଲେ ସେମାନେ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲରେ ୧୦୦ ଛାତ୍ରୀ ରହୁଥିବା ବେଳେ ସବୁଦାୟ ୪୨ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ତେବେ ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଛାତ୍ରୀମାନଙ୍କ ଚିକିତ୍ସା ଚାଲିଛି ଓ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ୧୩ ଜଣ ସୁସ୍ଥ ହୋଇ ଥିବା ବେଳେ ୨୯ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe