ପରେଡରେ ଭାଗନେଇଥିବା ପାଞ୍ଚ ଛାତ୍ରୀ ଅସୁସ୍ଥ: ମେଡିକାଲରେ ଭର୍ତ୍ତି

Advertisment
ବାଇକ୍ ଧକ୍କାରେ ମାଟ୍ରିକ୍ ପରୀକ୍ଷାର୍ଥୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର: ପରେଡରେ ଅଚେତ ହୋଇଗଲେ ପିଲା। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ପ୍ୟାରେଡରେ ଭାଗନେଇଥିବା ପାଞ୍ଚ ଛାତ୍ରୀ ଅସୁସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆଜି ସକାଳୁ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପ୍ୟାରେଡରେ ଭାଗନେବାକୁ ଆସିଥିବା ଗୋଟିଏ ବିଦ୍ୟାଳୟର ପାଞ୍ଚଜଣ ଛାତ୍ରୀ ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ। ସମସ୍ତ ଅସୁସ୍ଥଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଏବଂ ଦିର୍ଘ ସମୟ ଧରି ପିଲାଙ୍କୁ ପଡ଼ିଆରେ ଠିଆ ହୋଇ ରହିବା ଯୋଗୁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe