LAW-INSIDER
କେନ୍ଦୁଝର: କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ତେଲକୋଇ ଥାନା କୁଣ୍ଢେଇହତା ଗ୍ରାମର ଦୋଷୀ ଶରତ ପାତ୍ର (୫୦)କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍।
କୁଣ୍ଢେଇହତା ଗ୍ରାମର ଜଣେ ୭ ବର୍ଷୀୟା ନାବାଳିକା ସାଙ୍ଗମାନଙ୍କ ସହ ଖେଳୁଥିଲେ। ୨୦୨୦ ଏପ୍ରିଲ ୧ରେ ନାବାଳିକା ଜଣକ ଖେଳ ସାରି ଘରକୁ ଫେରିବା ସମୟରେ ଅଭିଯୁକ୍ତ ଶରତ ତାକୁ ଚକୋଲେଟ୍ ଓ ବିସ୍କୁଟ ଦେବ କହି ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାଙ୍କ ମା’ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେଲକୋଇ ଥାନାରେ କେସ୍ ନମ୍ବର ୪୭/୨୦୨୦ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। କୋର୍ଟର ଆଜି ୧୫ଜଣ ସାକ୍ଷୀଙ୍କ ବୟାନ ଏବଂ ପୁଲିସର ଅନୁସନ୍ଧାନ ରିପୋର୍ଟକୁ ଭିତ୍ତି କରି ଦୋଷୀକୁ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ଜେନା ମାମଲା ପରିଚାଳନା କରୁଥିଲେ।
Follow Us