ଦୁଷ୍କର୍ମ ଉଦ୍ୟମକାରୀକୁ ୫ ବର୍ଷ ଜେଲ୍‌

ମହଙ୍ଗା ପଡ଼ିଲା ମିଛ କହି ଦ୍ବିତୀୟ ବିବାହ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

LAW-INSIDER

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଏକ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଦୋଷୀ ପାଟଣା ଥାନା ଅନ୍ତର୍ଗତ ଦୁବେଇପେଣ୍ଠ ଗ୍ରାମର ବାବୁଲି ନାଏକ (୨୨)କୁ ୫ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲ୍‌ ବୋଲି କୋର୍ଟ ରାୟ ଦେଇଛନ୍ତି।
୨୦୨୩ ସେପ୍ଟେମ୍ବର ୨୬ରେ ୯ ବର୍ଷୀୟା ନାବାଳିକା ବାପାମା’ଙ୍କୁ ୧୦ ଟଙ୍କା ମାଗିଥିଲେ। ଏହି ସମୟରେ ସେଠାରେ ବାବୁଲି ଥିଲା। ସେ ନାବାଳିକାଙ୍କୁ ଗାଁ ଦୋକାନକୁ ନେଇ ଖାତା, କଲମ କିଣି ଦେଇଥିଲା। ପରେ ଏକ ନିଛାଟିଆ ଜାଗାକୁ ନେଇ ନାବାଳିକାଙ୍କ ପୋଷାକ ଖୋଲି ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ସେଠାରେ ନାବାଳିକାଙ୍କ ମା’ଙ୍କ ପହଞ୍ଚି ଯାଇଥିଲେ। ବାବୁଲି ନାବାଳିକାଙ୍କୁ ଛାଡ଼ି ଦୌଡ଼ି ପଳାଇଥିଲା। ନାବାଳିକା ଜଣକ ଘଟଣା ସମ୍ପର୍କରେ ମା’ଙ୍କୁ କହିଥିଲା। ଏନେଇ ପାଟଣା ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ କେସ୍‌ ନମ୍ବର ୧୬୫/୨୦୨୩ରେ ଏକ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହୋଇଥିଲା।

ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା। ଆଜି ୧୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ବିଚାରପତି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe