ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Advertisment
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Kalinga Tv

ପଣ୍ତାପଡ଼ା: ପଣ୍ତାପଡ଼ା ଥାନା ସୁନାଟାଙ୍ଗିରି ଗ୍ରାମର ପକାପାହାଡ଼ି ସାହିରେ ପୋଖରୀରେ ବୁଡ଼ି ଜ‌ଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ସାହିର ସ୍ବର୍ଗତ ଗୋପାଳ ମୁଣ୍ତାଙ୍କ ପୁଅ ନଥଳ ମୁଣ୍ତା (୩୫)। ଶନିବାର ସନ୍ଧ୍ୟାରେ ନଥଳ କାମ ସାରି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀ ହିଡ଼ରେ ତାଙ୍କ ଗାମୁଛା ଓ ସାବୁନ ଥୁଆ ହୋଇଥିବା ଦେଖି ସେ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରି ଥାନାକୁ ଖବର ଦିଆଯାଇଥିଲା। ସ୍ଥାନୀୟ ଯୁବକଙ୍କ ସହାୟତାରେ ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe