ହାଇୱାକୁ ପଛରୁ ପିଟିଲା ବସ୍: ଚାଳକ ଗୁରୁତର, ୨୦ରୁ ଅଧିକ ଛାତ୍ର ଆହତ

ଦୁର୍ଘଟଣା ନେଲା ୮ ଜୀବନ: ସ୍କୁଟି-ବାଇକ୍ ମୁହାଁମୁହିଁ, ୪ ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟୁରିଷ୍ଟ ବସ୍ ହାଇୱାକୁ ପଛରୁ ପିଟିବା ଫଳରେ ଡ୍ରାଇଭର୍ ଗୁରୁତର ହୋଇଛନ୍ତି। ଏହାଛଡ଼ା ବସରେ ଥିବା ୨୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ଭୋର ସାଢ଼େ ୫ଟା ବେଳେ ସମ୍ବଲପୁରରୁ ପିକନିକ୍ ସାରି ଆସୁଥିବା ଏକ ଟୁରିଷ୍ଟ ବସ୍ ହାଇୱାକୁ ପଛରୁ ପିଟିଥିଲା। ଏଥିରେ ବସ୍ ଚାଳକ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ(୫୪) ଗୁରୁତର ହୋଇଥିଲେ। ଏହାଛଡ଼ା ୨୦ରୁ ଅଧିକ ଛାତ୍ର ଆହତ ହୋଇଥିଲେ। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe