ସ୍କୁଟିକୁ ଧକ୍କା ଦେଇ ଓଲଟିଲା ଟ୍ରକ୍, ଆରୋହୀ ଗୁରୁତର

Advertisment
ସ୍କୁଟିକୁ ଧକ୍କା ଦେଇ ଓଲଟିଲା ଟ୍ରକ୍, ଆରୋହୀ ଗୁରୁତର

ପଦ୍ମପୁର: କେନ୍ଦୁଝର ସଦର ଥନା ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ଜଡିଚାତର ରିଲାଏନ୍ସ ପେଟ୍ରୋଲ ପମ୍ପର ବାମପାର୍ଶ୍ବରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ (ଓଡି-ଜିର-୨-ଏ ଏଚ-୭୬୬୬)ବିଶିଷ୍ଟ ୬ ଚକିଆ ଟ୍ରକ୍ ଜଣେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ନୂଆଗାଁ ପଞ୍ଚାୟତ ଡିମିରିଡିଆ ଗ୍ରାମର ଚନ୍ଦ୍ରଶେଖର ନାୟକ(୫୮)।

ସୂଚନା ଅନୁସାରେ ଚନ୍ଦ୍ରଶେଖର ହଳଦିଆଗୁଣା ଏମ୍ ଏସ୍ ପି କାରଖାନାରେ କାମ କରୁଥିଲେ। ସକାଳୁ ଘରକୁ (ଓଡି-୩୩-ଏମ୍-୦୨୩୬) ସ୍କୁଟି ଯୋଗେ ଫେରୁଥିବାବେଳେ ବିପରୀତ ଦିଗରୁ କେନ୍ଦୁଝର ପଟୁ ପଳାଶପଙ୍ଗା ଅଭିମୁଖେ ଯାଉଥିବା ଟ୍ରକ୍ ତାଙ୍କର ସ୍କୁଟି ଉପରେ ମାଡିଯାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ଚନ୍ଦ୍ରଶେଖର ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବର ପାଇ ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛି। ତେବେ ଟ୍ରକ୍ ଚାଳକ ଗାଡି ଛାଡି ଫେରାର ହୋଇଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe