କୁଆଝରଣ ଘାଟିରେ ଦୁର୍ଘଟଣା; ଡମ୍ପର ପଛରେ ପିଟିଲା ବୋଲେରୋ, ୭ ଆହତ

Advertisment
କୁଆଝରଣ ଘାଟିରେ ଦୁର୍ଘଟଣା; ଡମ୍ପର ପଛରେ ପିଟିଲା ବୋଲେରୋ, ୭ ଆହତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧୀନସ୍ଥ ନରଣପୁର-ଡୁବୁରି ରାସ୍ତାର କୁଆଝରଣ ଘାଟିରେ ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଏକ ଡମ୍ପର ପଛରେ ବୋଲେରୋ ଧକ୍କା ଦେବାରୁ ଦୁର୍ଘଟଣା ଘଟି ୭ ଜଣ ଆହତ ହୋଇଛନ୍ତି। ଆହତମାନେ ଏକ ବୋଲେରୋରେ ବଡ଼ବିଲରୁ ପୁରୀ ଯାଉଥିଲେ। ଏକ ଡମ୍ପର ଖରାପ ହୋଇଥିବାରୁ ଘାଟିରେ ଠିଆ ହୋଇଥିଲା। ବୋଲେରୋ ଚାଳକ ଜାଣି ନପାରି ଏହା ପଛରେ ଧକ୍କା ଦେଇଥିଲେ। ଫଳରେ ବସିଥିବା ସମସ୍ତେ ଆହତ ହୋଇଥିଲେ। ଆହତମାନଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କୁଆଝରଣ ଘାଟିକୁ ଦୁର୍ଘଟଣାର ବ୍ଲାକସ୍ପଟ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe