ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ମୃତ, ଜଣେ ଗୁରୁତର

Advertisment
ଦୁର୍ଘଟଣାଜନିତ ମୃତ୍ୟୁ ସହାୟତାରେ ବି ପାତରଅନ୍ତର: ସଡ଼କ ଦୁର୍ଘଟଣାରେ ମଲେ ମିଳୁନି ସହାୟତା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏନ ଏଚ ୨୨୦ ଡିଆନାଳି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକମାନେ ହେଲେ ଘଟଗାଁ ଥାନା ଆମ୍ବୁଆପଡ଼ା ଗ୍ରାମର ତ୍ରିଲୋଚନ ମହାନ୍ତ, ପାଟଣା ଥାନା ସୋରାସକେଲା ଗ୍ରାମର ରମାକାନ୍ତ ନାଏକ ଓ ରୁଢ଼ିଆପଡ଼ା ଗ୍ରାମର ସୁନୀଲ ଦାସ। ଗୁରୁତର ଜଣକ ହେଉଛନ୍ତି ପଡ଼ିଆପଶି ଗ୍ରାମର କମଳାକାନ୍ତ ମହାନ୍ତ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe