Advertisment

Bike hits truck: ଟ୍ରକକୁ ଧକ୍କା ଦେଲା ବାଇକ, ବାପା ସହ ପୁଅର ମୃତ୍ୟୁ

Advertisment

କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ତେନ୍ତୁଳିଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଟ୍ରକକୁ ବାଇକ ଧକ୍କା ଦେଇଥିବାବେଳେ ଘଟଣାସ୍ଥଳରେ ବାପ ଓ ୩ ବର୍ଷର ଶିଶୁ ପୁତ୍ରଙ୍କର ମୃତ୍ୟୁ ହୋଇଯାଇଛି |

କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ତେନ୍ତୁଳିଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଟ୍ରକକୁ ବାଇକ ଧକ୍କା ଦେଇଥିବାବେଳେ ଘଟଣାସ୍ଥଳରେ ବାପ ଓ ୩ ବର୍ଷର ଶିଶୁ ପୁତ୍ରଙ୍କର ମୃତ୍ୟୁ ହୋଇଯାଇଛି |

WhatsApp Image 2026-03-09 at 5.15.18 PM

ବାଂଶପାଳ: କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ତେନ୍ତୁଳିଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଟ୍ରକକୁ ବାଇକ ଧକ୍କା ଦେଇଥିବାବେଳେ ଘଟଣାସ୍ଥଳରେ ବାପ ଓ ୩ ବର୍ଷର ଶିଶୁ ପୁତ୍ରଙ୍କର ମୃତ୍ୟୁ ହୋଇଯାଇଛି | ଏହି ଦୁର୍ଘଟଣାରେ ସ୍ତ୍ରୀ ଗୁରୁତର ହୋଇପଡିଥିବାବେଳେ ମୃତକ ସ୍ଥାନୀୟ ତେନ୍ତୁଳି ବଜାରର ଏମ ଡି ନୂର୍ (ସୋନୁ) ବୋଲି ଜଣାପଡିଛି |

ମିଳିଥିବା ସୂଚନା କ୍ରମେ ଆଜି ଶୁଆକାଟିରୁ ଦେବଗଡକୁ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ତେନ୍ତୁଳିଠାରେ ଏକ ଟ୍ରକ ପଛରେ ବାଇକ ପିଟି ହେବାରୁ ଘଟଣାସ୍ଥଳରେ ଏମ ଡି ନୁର ଓ ତାଙ୍କ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଗୁରୁତର ସ୍ତ୍ରୀକୁ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡ଼ିକାଲରେ ଭର୍ତ୍ତି କରିଛି। ଦୁର୍ଘଟଣାଗ୍ରସ୍ତ ବାଇକ ଓ ଟ୍ରକକୁ ଜବତ କରି ଶୁଆକାଟି ଫାଣ୍ଡି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe