ଯୋଡ଼ା: ଯୋଡ଼ା ବ୍ଲକ୍ ଦବୁନାଠାରେ ଥିବା ଆର୍ସେଲର ମିତ୍ତଲ କାରଖାନା ଆଗରେ ବିଭିନ୍ନ ଦାବି ନେଇ ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼କାଳିମାଟି, ଝୁମ୍ପୁରା ବ୍ଲକ୍ର ବସନ୍ତପୁର ଓ ନୟାଗଡ଼ ପଞ୍ଚାୟତବାସୀ ଆନ୍ଦୋଳନ କରିଛନ୍ତି। କାରଖାନର ପରିବହନ କାର୍ଯ୍ୟକୁ ଲୋକେ ବନ୍ଦ କରିଦେଇଛନ୍ତି। ଫଳରେ ହଜାର ହଜାର ଟ୍ରକ୍ ଦବୁନାଠାରୁ କାଳିମାଟି ପର୍ଯ୍ୟନ୍ତ ରାସ୍ତାରେ ଫସି ରହିବା ଯୋଗୁଁ ଟ୍ରଫିକ୍ ସମସ୍ୟା ଅଣାୟତ୍ତ ହୋଇଛି।
ବଡ଼କାଳିମାଟି, ନୟାଗଡ଼ ଓ ବସନ୍ତପୁର ପଞ୍ଚାୟତର ୧୨୦୦ ଯୁବକଯୁବତୀଙ୍କୁ କମ୍ପାନିରେ ସ୍ଥାୟୀ ନିଯୁକ୍ତି, ପରିବହନ କାର୍ଯ୍ୟ ପ୍ରଦାନ, କମ୍ପାନି ପକ୍ଷରୁ ୫୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ, ବିଭିନ୍ନ ସାମଗ୍ରୀ ଓ ମାନବ ସମ୍ବଳ ଯୋଗାଣ କାର୍ଯ୍ୟ ପ୍ରଦାନ, କାରଖାନାରୁ କାଳିମାଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, କାରଖାନା ପାରିପାର୍ଶ୍ବିକ ଗ୍ରାମଗୁଡ଼ିକର ରାସ୍ତାର ଉନ୍ନତୀକରଣ, ଆଲୋକ ବ୍ୟବସ୍ଥା, ସବୁ ଗାଁରେ ଗଭୀର ନଳକୂପ ଖନନ ସାଙ୍ଗକୁ ଓଭରହେଡ୍ ପାଣିଟାଙ୍କି ନିର୍ମାଣ କରି ଜଳ ଯୋଗାଣ, ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି, ବୃଦ୍ଧାବୃଦ୍ଧ ଓ ଦିବ୍ୟାଙ୍ଗଙ୍କୁ କମ୍ପାନି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଆନ୍ଦୋଳନ ଯୋଗୁଁ କାରଖାନର ପରିବହନ କାର୍ଯ୍ୟକୁ ବନ୍ଦ ହୋଇଯାଇଛି। ତେବେ ଏ ସମ୍ପର୍କରେ କମ୍ପାନି କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହ କୌଣସି ଆଲୋଚନା କରିନଥିବା ଜଣାପଡ଼ିଛି।
ମିତ୍ତଲ କାରଖାନା ଆଗରେ ଆନ୍ଦୋଳନ ପରିବହନ ବନ୍ଦ, ଟ୍ରାଫିକ ସମସ୍ୟା ଅଣାୟତ୍ତ
Advertisment
Follow Us