କେନ୍ଦୁଝରରେ ବାୟୁ ପ୍ରଦୂଷଣ: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସଚେତନ ନାଗରିକ

କେନ୍ଦୁଝରରେ ବାୟୁ ପ୍ରଦୂଷଣ: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସଚେତନ ନାଗରିକ

କେନ୍ଦୁଝର: କେନ୍ଦୁଝର ସହରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି। ରାସ୍ତାରେ ଧୂଳି ଉଡ଼ୁଥିବାରୁ ଲୋକେ ଅଣନିଶ୍ବାସୀ ହେଉଛନ୍ତି। ପୌରପାଳିକା ପକ୍ଷରୁ ରାସ୍ତା ସଫେଇ ଠିକ୍ ଭାବରେ ହେଉନି। ଅବର୍ଜନା ଗୁଡ଼ିକ ରାସ୍ତାକଡ଼ରେ ବହୁଦିନ ଧରି ପଡ଼ିରହୁଛି। ପୌରପାଳିକାର ଡମ୍ପିଂୟାର୍ଡ ନଥିବାରୁ କେନ୍ଦୁଝର ସହରରୁ ବାହାରୁଥିବା ଆବର୍ଜନାକୁ ୨୦ ନମ୍ବର ଜାତୀୟ ରାଜପଥର ବାଇପାସ୍‌ ନିକଟରେ ଗଦା କରାଯାଉଛି। ଏଥିରେ ନିଆଁ ଲଗାଇ ଦିଆଯାଉଥିବାରୁ ଖୁବ ଜୋରରେ ଧୂଆଁ ହେଉଛି। ଫଳରେ ରାସ୍ତାରେ ଯାଉଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପୌରପାଳିକାର ଅବହେଳା ବାୟୂ ପ୍ରଦୂଷଣ ବଢ଼ିବା ସହ ସହରବାସୀ ଥଣ୍ଡା, କାଶ, ଛିଙ୍କ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବିଶେଷ କରି ଶିଶୁ, ବୃଦ୍ଧବୃଦ୍ଧାମାନେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ସହ ରାସ୍ତାରେ ଜମି ରହିଥିବା ଧୂଳି ସଫେଇ ପାଇଁ ସୁଇପ୍‌ ମେସିନ ବ୍ୟବହାର କରିବା, ଖୋଲାସ୍ଥାନ ଏବଂ ରାସ୍ତାକଡ଼ରେ ବ୍ୟାପକ ବୃକ୍ଷରୋପଣ କରିବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ରଞ୍ଜନ କୁମାର ବେହେରା, ସାଧାରଣ ସମ୍ପାଦିକା ଶୈଳବାଳା ପରିଡ଼ା, ଉପସଭାପତି ଜୟକୃଷ୍ଣ ନାଏକ, ଯୁଗ୍ମ ସମ୍ପାଦିକା ପୁଷ୍ପାଞ୍ଜଳି ବେହେରା, ସରୋଜ ସାହୁ, ତୁଳସୀ ପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe