ଅଙ୍ଗନବାଡି ସହାୟକ ନିଯୁକ୍ତିରେ ଅନିୟମିତତା, ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କଲେ ମହିଳା

ଅଙ୍ଗନବାଡି ସହାୟକ ନିଯୁକ୍ତିରେ ଅନିୟମିତତା, ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କଲେ ମହିଳା

ହାଟଡିହି: ହାଟଡିହି ବ୍ଲକ ବାରିଗାଁ ଅଙ୍ଗନବାଡି କେନ୍ଦ୍ରର ସହାୟକ ଚୟନରେ ଅନିୟମିତତା ହେଉଥିବା ନେଇ ଗ୍ରାମର କିଛି ମହିଳା ଆଜି ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ବାରିଗାଁ ଅଙ୍ଗନବାଡି କେନ୍ଦ୍ରର ସହାୟକ ପଦବୀ ପାଇଁ ପୁର୍ବରୁ ଏକ ଚୟନ ପ୍ରକ୍ରିୟା ବାରିଗାଁ ସ୍କୁଲ ପରିସରରେ ହେବାକୁ ସ୍ଥିର ହୋଇ ନୋଟିସ କରାଯାଇଥିଲା । ଏଥିରେ ଆଶାୟୀମାନଙ୍କ ସହିତ ସେମାନଙ୍କ ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ସେଦିନ ଗ୍ରାମରେ ଅଷ୍ଟପ୍ରହରୀ ଚାଲୁଥିବା ଦର୍ଶାଇ ତାହାକୁ ବାତିଲ କରିଦିଆଯାଇଥିଲା । ଏବେ ଏହି ପଦବୀ ପାଇଁ ପୁନର୍ବାର ଏନେଇ ଆବେଦନକାରୀଙ୍କ ମଧ୍ୟରେ ଇଣ୍ଟଭିୟୁ କରାଯିବାକୁ ନୋଟିସ କରାଯାଇଛି।

ଅଙ୍ଗନବାଡିରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉତ୍ତମ ସେବା ଯତ୍ନ ଯେ ନେଇ ପାରିବ ଓ ଅଭିଭାବିକା ମାନେ ଯାହାକୁ ଅଧିକ ସମର୍ଥନ ଜଣାଇବେ ସେ ସହାୟକ ପଦବୀରେ ନିଯୁକ୍ତି ପାଇବାର ବ୍ୟବସ୍ଥା ଥିଲେ ବି ଏଠାରେ ତାହା କରାନଯାଇ ଇଣ୍ଟରଭିୟୁ କରାଯିବାର ଉଦେଶ୍ୟ କଣ ବୋଲି ଝରଣା ପ୍ରଧାନ, ସତ୍ୟଭାମା ସେଠୀ, ଅଞ୍ଜୁଲତା ଦାସ, ଜୟନ୍ତୀ ସେଠୀ, ମଞ୍ଜୁଲତା ଜେନା, ବିଣାପାଣୀ ସେଠୀ, ବାସନ୍ତୀ ସେଠୀ, ମନୋରମା ସେଠୀ, କମଳା ସେଠୀ, ଅହଲ୍ୟା ନାୟକ, ତୁଳସୀ ସେଠୀ, ସାବିତ୍ରୀ ସେଠୀ, ଝରଣା ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ମଧୁସ୍ମୀତା ଖୁଣ୍ଟିଆ, ମଞ୍ଜୁଲତା ନାୟକ, ସବିତା ନାୟକ, ଟୁନୁ ନାୟକ, ଅହଲ୍ୟା ନାୟକଙ୍କ ସମେତ ଶତାଧିକ ମହିଳା ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe