ସାପ କାମୁଡ଼ାରେ ଶିଶୁକନ୍ୟାର ମୃତ୍ୟୁ

Advertisment
ସାପ କାମୁଡ଼ାରେ ମହିଳା ମୃତ

bumrungrad.com

ଆନନ୍ଦପୁର: ଆନନ୍ଦପୁର ଥାନା କୋଡ଼ପଡ଼ା ପଞ୍ଚାୟତ ରଟୁଆଁ ଗ୍ରାମରେ ରାତିରେ ମା’ ପାଖରେ ଶୋଇଥିବା ୪ମାସର ଶିଶୁକନ୍ୟାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦନ ମାଝୀଙ୍କ ଝିଅ ପିହୁ। ଶିଶୁକନ୍ୟାଟି ହଠାତ୍‌ ନିଦରୁ ଉଠି କାନ୍ଦିଥିଲା। କିଛି ସମୟରେ ଶିଶୁଟି ଗୁରୁତର ହୋଇପଡ଼ିବାରୁ ତାକୁ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ରାତିରେ କୌଣସି ବିଷାକ୍ତ ସାପ କାମୁଡ଼ିବାରୁ ଶିଶୁଟିର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe