ଦଶହରାରର ଅନନ୍ୟ ପରମ୍ପରା, କେଶଦୁରାପାଳର ବଳଦଯାତ୍ରା

Advertisment
ଦଶହରାରର ଅନନ୍ୟ ପରମ୍ପରା, କେଶଦୁରାପାଳର ବଳଦଯାତ୍ରା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ କେଶଦୁରାପାଳରେ ଏଥର ଦଶହରାରେ ଜମିବ ବଳଦଯାତ୍ରା। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏହିଦିନ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ବିଶେଷ କରି ଶାରଦୀୟ ଦୁର୍ଗାପୂଜା ପାଇଁ କେଶଦୁରାପାଳ ଗ୍ରାମ ଉତ୍ସବମୁଖର ‌ହୋଇଉଠିଛି। ପ୍ର‌ାଚୀନ କାଳରେ କୌଣସି ଯାନବାହନ ନଥିଲା। ସେହି ସମୟରେ ଲୋକେ ପଶୁଙ୍କ ଉପରେ ନିର୍ଭର କରୁଥିଲେ। ସେତେବେଳେ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବଳଦମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ମହାଜନମାନେ ବଳଦ ପିଠିରେ ତେଲଲୁଣ, ମସଲା, ବିଭିନ୍ନ ସାମଗ୍ରୀ, କଂସାବାସନ ଓ ନିତ୍ୟ ବ୍ୟବହୃତ ସାମଗ୍ରୀ ଧରି ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯାତାୟାତ କରୁଥିଲେ। ଏହି ପରମ୍ପରାକୁ ମନେ ରଖିବାପାଇଁ କେଶଦୁରାପାଳରେ ଦଶହରା ଅବସରରେ ବଳଦଯାତ୍ରା ଅନୁଷ୍ଠିତ ହୋଇଆସୁଛି।

publive-image

ଆଞ୍ଚଳିକ ବାଲିଯାତ୍ରା କମିଟି ଉଦ୍ୟମରେ ୧୫ବର୍ଷ ହେଲା ବଳଦଯାତ୍ରାକୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ପାଳନ କରାଯାଉଛି। କୃଷି କାର୍ଯ୍ୟରେ ନିୟୋଜିତ ବଳଦମାନଙ୍କୁ ଗହ୍ମାପୂର୍ଣ୍ଣମୀରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଦଶହରାରେ ସମ୍ମାନ ଜଣାଇ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି ବୋଲି ଶିକ୍ଷାବିତ୍ ହରିପ୍ରସାଦ ମିଶ୍ର କହିଛନ୍ତି। ଯାତ୍ରାରେ କେଶଦୁରାପାଳର ଉପରସାହି, କୁମ୍ଭାରସାହି ଓ ମଙ୍ଗଳପୁର ଗ୍ରାମର ବଛାବଛା ବଳଦମାନେ ଭାଗ ନେଇଥାନ୍ତି। ଚଳିତବର୍ଷ ୧୬ରୁ ଊର୍ଦ୍ଧ୍ବ ବଳଦ ଯାତ୍ରାରେ ଭାଗ ନେବେ ବୋଲି ଜଣାପଡ଼ିଛି। ସକାଳୁ ପ୍ରଥମେ ବଦଳମାନଙ୍କୁ ସ୍ନାନ କରାଯାଇ ବେକରେ ପଲାଣ, ଟ‌ାହିଆ, ଘଣ୍ଟି, ଫୁଲମାଳ ପକାଯାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବ। ଅପରାହ୍‌ଣରେ ମାଲିକମାନେ ନିଜନିଜର ବଳଦକୁ ଧରି ବାଲିଯାତ୍ରା ପଡ଼ିଆରେ ଏକାଠି ହେବେ। ବିଚାରକମାନେ ଶ୍ରେଷ୍ଠ ବଳଦ ଗୁଡ଼ିକୁ ଚୟନ କରି ପୁରସ୍କୃତ କରିବେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ପ୍ରବଳ ଜନସମାଗମ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe