କେନ୍ଦୁଝର: କେନ୍ଦୁଝର ସହରର ଏକ ଔଷଧ ଦୋକାନରେ ପଶିଗଲା ଏକ ଜଙ୍ଗଲୀ ବାର୍ହା। ତାହାକୁ ବନ ବିଭାଗ ଉଦ୍ଧାର କରିଛି। ଚିକିତ୍ସା ପରେ ବାର୍ହାକୁ ଜଙ୍ଗଲରେ ଛଡାହେବ ବୋଲି କହିଛନ୍ତି ଡି ଏଫ ଓ।
କେନ୍ଦୁଝର ସହରରେ ଥିବା କୋର୍ଟ ସମ୍ମୁଖରେ ଖୋଲାଥିବା ଆପୋଲୋ ଫାର୍ମାସୀ ଔଷଧ ଦୋକାନରେ ଆଜି ସକାଳେ ୯.୩୦ରେ ଏକ ଜଙ୍ଗଲୀ ବାର୍ହା ହଠାତ୍ ପଶିଯାଇଥିଲା। ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରିଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ତତ୍ପରତା ଦେଖାଇ ଟିମ ଜନ୍ତା ସହିତ ସେଠାରେ ପଶି ବାର୍ହାଟିକୁ ଉଦ୍ଧାର କରିଥିଲେ।
ବାର୍ହାଟିର ଥୋଡ଼ିରେ କ୍ଷତ ହୋଇ ରକ୍ତ ବାହାରୁଥିବା ଦେଖାଯାଇଛି। ଉଦ୍ଧ।ର ବାରାହାକୁ କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ଦୁଇ ତିନିଦିନ ଚିକିତ୍ସା ପରେ ତାକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି କେନ୍ଦୁଝର ଡି ଏଫ ଓ ଧନରାଜ ଏଚ ଡି କହିଛନ୍ତି। ବାର୍ହାଟି ନରଣପୁର ଜଙ୍ଗଲରୁ ରାତ୍ରିରେ ଚାଲି ଆସି ସମ୍ଭବତଃ ଜଙ୍ଗଲକୁ ଫେରି ପାରିନଥିଲା ବୋଲି ଡି ଏଫ ଓ କହିଛନ୍ତି।
Follow Us