ଭାଲୁ କାମୁଡ଼ାରେ ଜଣେ ଗୁରୁତର

Advertisment
ଭାଲୁ ଆକ୍ରମଣରେ ଵୃଦ୍ଧ ଗୁରୁତର

Representational image source-nationalzoo.si.edu

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ବେଣା ଗାଁର ଶୁକୁଟୁ ବିଶ୍ୱାଳ(୫୨) ଭାଲୁ କାମୁଡ଼ାରେ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ୪ଟା ବେଳେ ଘର ପାଖ ଚେରମୂଳ ନାଳକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଭାଲୁଟି ଶୁକୁଟୁଙ୍କୁ କାମୁଡ଼ି ଦେଇଥିଲା। ତାଙ୍କ ମୁଣ୍ଡ କାନ ମୂଳ ଓ ପେଟକୁ କାମୁଡ଼ି ପକାଇବାରୁ ସେ ଗୁରୁତର ହୋଇଥିଲେ।

ପ୍ରଥମେ ତାଙ୍କୁ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe