ଘସିପୁରାରେ ବିଜେଡି ନେତାଙ୍କ ଗାଡ଼ିରୁ ୫ ଲକ୍ଷ ଟଙ୍କା ଜବତ, ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦୀପ ସାହୁ ଥାନାରେ ଅଟକ

Advertisment
ଘସିପୁରାରେ ବିଜେଡି ନେତାଙ୍କ ଗାଡ଼ିରୁ ୫ ଲକ୍ଷ ଟଙ୍କା ଜବତ, ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦୀପ ସାହୁ ଥାନାରେ ଅଟକ

ଘସିପୁରା: କେନ୍ଦୁଝର ଜିଲ୍ଲା ଘସିପୁରାରେ ବିଜେଡି ନେତାଙ୍କ ଗାଡ଼ିରୁ ୫ ଲକ୍ଷ ଟଙ୍କା ଜବତ ହୋଇଛି। ଘସିପୁରା ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦୀପ ସାହୁ  ଓରଫ ଟୁଲୁ ସାହୁ। ସେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଥିଲେ। ତାଙ୍କୁ ପୁଲିସ ଥାନାରେ ଅଟକ ରଖିଛି।

ସୂଚନା ଅନୁଯାୟୀ, ତାଙ୍କ ଗାଡ଼ିରୁ ପୁଲିସ୍ ପୋଷ୍ଟର ସହ ନଗଦ ୫ ଲକ୍ଷ ଟଙ୍କା ଜବତ କରିଛି। ତେବେ ନିର୍ବାଚନକୁ ଆଉ ମାତ୍ର କିଛି ସମୟ ବାକିଥିବାବେଳେ, ଏବେ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କ ସମର୍ଥକ ଟଙ୍କା ବାଣ୍ଟିବାରେ ଲାଗିପଡ଼ିଛନ୍ତି। ଏପରିକି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥକଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଥିବା ଅଭିଯୋଗ ହେଉଛି। ଆଉ ତାହାରି ଭିତରେ ନଗଦ ଟଙ୍କା ସହ ଅଟକ ହେଇଛନ୍ତି ବଦ୍ରି ପାତ୍ରଙ୍କ ସମର୍ଥକ ପ୍ରଦୀପ ସାହୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe