ଜଳ ସଙ୍କଟ ଉତ୍କଟ: ଗରା, ବାଲଟି ଧରି ବ୍ଲକ ଘେରାଉ

Advertisment
ଜଳ ସଙ୍କଟ ଉତ୍କଟ: ଗରା, ବାଲଟି ଧରି ବ୍ଲକ ଘେରାଉ

ହରିଚନ୍ଦନପୁର: ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ଜଳ ସଂକଟ ଉତ୍କଟ ହୋଇଛି। ଗ୍ରାମାଞ୍ଚଳରେ କେଉଁଠି ନଳକୂପ ଅଚଳ ତ ଆଉ କେଉଁଠି ଗୋଳିଆ ପାଣି ବାହାରୁଛି। ପିଇବା ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦନ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗୌଣିଘସା ପଞ୍ଚାୟତ ଚିଲିକିଧରା ଗ୍ରାମର ବାଦବାହାଳି ସାହିବାସୀ। ସାହିର ମହିଳାମାନେ ଆଜି ଗରା, ବାଲଟି ଧରି ବ୍ଲକ୍‌ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ଦାବି ଜଣାଇଛନ୍ତି।
ବାଦବାହାଳି, ମହାନ୍ତସାହି ଓ ମାଟିଗଡ଼ିଆରେ ୮୦ଟି ପରିବାର ବାସ କରୁଛନ୍ତି। ମାଟିଗଡ଼ିଆରେ ଥିବା ନଳକୂପରୁ ଲୌହଯୁକ୍ତ ପାଣି ବାହାରୁଛି। ଯାହା ପିଇବା ପାଇଁ ଉପଯୁକ୍ତ ନୁହେଁ। ସେହିପରି ବାଦବାହାଳିସାହିରେ ଥିବା ନଳକୂପରୁ ଖୁବ କମ୍‌ ପରିମାଣର ପାଣି ବାହାରୁଛି। ପାଣି ପାଇଁ ନଳକୂପ ନିକଟରେ ‌ମହିଳାମାନେ ବହୁ ସମୟ ଧରି ଅପେକ୍ଷା କରୁଛନ୍ତି। ଉଭୟ ନଳକୂପ ମରାମତି କରିବା ସହ ମହାନ୍ତସାହିରେ ଏକ ନଳକୂପ ଖନନ କରିବାକୁ ଲୋକେ ଦାବି କରିଆସୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ଆଜି ନମିତା ମାଝୀ, ଚେମି ମହାନ୍ତ, ପ୍ରେମଲତା ମହାନ୍ତ, ସୁମିତ୍ରା ହେମ୍ବ୍ରମ, ଅଝଟି ମାଝୀ, ସାଗଲେ ମାଝୀ, ବେଙ୍ଗବତୀ ଦେହୁରୀ, ସବିତା ଦେହୁରୀ, ଋକ୍ମିଣୀ ଦେହୁରୀ, ପାନବତୀ ଦେହୁରୀ, ରମ୍ଭା ଦେହୁରୀ, ସୁକାନ୍ତି ଦେହୁରୀ, ବନିତା ଦେହୁରୀ, ଶ୍ରୀମତୀ ଦେହୁରୀ, ସମ୍ବାରୀ ଦେହୁରୀ, ଦିଲେଶ୍ୱରୀ ମହାନ୍ତ, ଶକୁନ୍ତଳା ମହାନ୍ତ, ବୈଶାଖୀ ମହାନ୍ତ, ମିନୁ ମହାନ୍ତ, ଗୀତା ମହାନ୍ତ, ରିତା ମହାନ୍ତ, ଗୁରୁବାରୀ ମହାନ୍ତ, ସୁମିତ୍ରା ମହାନ୍ତ, ଲିପି ମହାନ୍ତ ଓ ଟିଞ୍ଚୁ ମହାନ୍ତ ପ୍ରମୁଖ ଗରା, ବାଲଟି ଧରି ବ୍ଲକ୍‌ କାର୍ଯ୍ୟାଳୟ‌ ଘେରାଉ କରିଥିଲେ। ବିଡିଓ ଦୁଲାରାମ ମାରାଣ୍ଡି ମହିଳାଙ୍କ ସହିତ ଆଲୋଚନା କରିଥିଲେ। ନଳକୂପ ମରାମତି ପାଇଁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଘରକୁ ଫେରିଥିଲେ। ପରେ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ସ୍ଵପ୍ନାରାଣୀ ଉପାଧ୍ୟାୟ ଓ ବିଭାଗୀୟ କର୍ମଚାରୀମାନେ ଉକ୍ତ ସାହିକୁ ଯାଇ ନଳକୂପ ଅବସ୍ଥା ଯାଞ୍ଚ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe