ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳା ଗାଁରେ ରକ୍ତଦାନ ଶିବିର; ରକ୍ତଦାନ ପୁଣ୍ୟ କାମ: ମୋହନ

Advertisment

ରକ୍ତଦାନ ପୁଣ୍ୟ କାମ। ଯେଉଁମାନେ ରକ୍ତ ଦେଉଛନ୍ତି, ସେମାନଙ୍କଠାରୁ ଭାଗ୍ୟବାନ କେହି ନାହାନ୍ତି ବୋଲି ରବିବାର ନିଜ ଜନ୍ମମାଟି କେନ୍ଦୁଝର ରାଇକଳା ଗ୍ରାମରେ ‘ସମ୍ବାଦ-ଆମ ଓଡ଼ିଶା’, ଯୁବଜ୍ୟୋତି କ୍ଲବ୍‌ ଏବଂ ଲାଇଫ୍‌ ସେଭର୍ସ ଗ୍ରୁପ୍‌ର....

ରକ୍ତଦାନ ପୁଣ୍ୟ କାମ। ଯେଉଁମାନେ ରକ୍ତ ଦେଉଛନ୍ତି, ସେମାନଙ୍କଠାରୁ ଭାଗ୍ୟବାନ କେହି ନାହାନ୍ତି ବୋଲି ରବିବାର ନିଜ ଜନ୍ମମାଟି କେନ୍ଦୁଝର ରାଇକଳା ଗ୍ରାମରେ ‘ସମ୍ବାଦ-ଆମ ଓଡ଼ିଶା’, ଯୁବଜ୍ୟୋତି କ୍ଲବ୍‌ ଏବଂ ଲାଇଫ୍‌ ସେଭର୍ସ ଗ୍ରୁପ୍‌ର....

ddggdcv

କେନ୍ଦୁଝର: ରକ୍ତଦାନ ପୁଣ୍ୟ କାମ। ଯେଉଁମାନେ ରକ୍ତ ଦେଉଛନ୍ତି, ସେମାନଙ୍କଠାରୁ ଭାଗ୍ୟବାନ କେହି ନାହାନ୍ତି ବୋଲି ରବିବାର ନିଜ ଜନ୍ମମାଟି କେନ୍ଦୁଝର ରାଇକଳା ଗ୍ରାମରେ ‘ସମ୍ବାଦ-ଆମ ଓଡ଼ିଶା’, ଯୁବଜ୍ୟୋତି କ୍ଲବ୍‌ ଏବଂ ଲାଇଫ୍‌ ସେଭର୍ସ ଗ୍ରୁପ୍‌ର ମିଳିତ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ନିୟମିତ ରକ୍ତ ଦେଲେ ଶରୀର ସୁସ୍ଥ ରହିବା ସହ ପୁଣ୍ୟ ଅର୍ଜନ ହୋଇଥାଏ। ଯୁବ ଗୋଷ୍ଠୀ ରକ୍ତଦାନକୁ ଜୀବନର ବ୍ରତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ କହିଥିଲେ, ରକ୍ତଦାନର ବିକଳ୍ପ ନାହିଁ। ସୁସ୍ଥ ବ୍ୟକ୍ତି ନିୟମିତ ବ୍ୟବଧାନରେ ରକ୍ତଦାନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଶିବିରରୁ ୩୫ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଶାଲ ସିଂହ, ଏସ୍‌ପି ନୀତିନ କୁଶଲକର ଡାଗୁଡ଼, ‘ସମ୍ବାଦ’ ପକ୍ଷରୁ ସୁବ୍ରତ ସ୍ବାଇଁ, ସୁଧାଂଶୁ ଶେଖର ସାହୁ, ପ୍ରତାପ ନାୟକ, ପାର୍ଥସାରଥି ନାୟକ ପ୍ରମୁଖ ଉପସ୍ଥିତ ଥି‌ଲେ। ଲାଇଫ୍‌ ସେଭର୍ସ ଗ୍ରୁପ୍‌ର ଯୁଧିଷ୍ଠିର ମହାନ୍ତ, ଯୋଗେଶ୍ବର ମହାନ୍ତ, ସୁବ୍ରତ ପ୍ରଧାନ, ପ୍ରଦୀପ ମହାନ୍ତ, ଅଲେଖ ମହାନ୍ତ, ଅମ୍ବିକା ସାହୁ, ବବିତା ରାମ୍‌, ପ୍ରିୟବ୍ରତ ନାୟକ, ଅକ୍ଷୟ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe