ରାଇସୁଆଁ : ବଡ଼ଭାଇର ତୀର ମାଡ଼ରେ ସାନଭାଇ ମୃତ

Advertisment
ମରିଗଲା ମାନବିକତା: ମୃତ ଗର୍ଭବତୀ ମହିଳାଙ୍କ କାନରୁ କାନଫୁଲ କାଢିନେଲେ

ରାଇସୁଆଁ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ବଡ଼ଭାଇର ତୀର ମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି। କାଳିଆହତା ଫାଣ୍ଡି ଲକ୍ଷ୍ମୀନାରାୟଣପୁର ଗାଁର ଢିପାସାହିରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ଯୁବକ ‌ହେଲେ ପାଣ୍ଡୁ ମୁଣ୍ଡାଙ୍କ ସାନପୁଅ ଜିତୁ ମୁଣ୍ଡା (୨୫)। ଏ ଘଟଣାରେ ପୁଲିସ ଅଭିଯୁକ୍ତ ଶଙ୍କରା ମୁଣ୍ଡା (୪୫)କୁ ଗିରଫ କରିଛି। ଶଙ୍କରା ହେଉଛି ଜିତୁଙ୍କର ବଡ଼ବାପା ପୁଅ ଭାଇ। ଗତକାଲି ଜିତୁ ଟ୍ରାକ୍ଟର ନେଇ ଚାଷଜମିକୁ ଯାଇଥିଲେ। ହଳ କରିସାରି ଟ୍ରାକ୍ଟର ଧରି ଫେରିବା ପରେ ଘର ପାଖରେ ଗାଡ଼ି ରଖି ଓହ୍ଲାଉଥିଲାବେଳେ ଶଙ୍କରା ତୀର ମାରିଥିଲା। ତୀର ସିଧା ଯାଇ ଜିତୁଙ୍କର ଛାତିରେ ବାଜିଥିଲା। ଫଳର ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ଟ୍ରାକ୍ଟର ହଳଲଙ୍ଗଳ ଉପରେ ଲୋଟିଯାଇଥିଲା। ଗାଁ ସାହିଭାଇ ପୁଲିସକୁ ଖବର ଦେଇଥିଲେ। ଏହାପୂର୍ବରୁ ଶଙ୍କରା ନିଜେ ଧନୁତୀର ଧରି କାଳିଆହତା ଫାଣ୍ଡିରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ଫାଣ୍ଡି ଅଧିକାରୀ ଭୋଳେଶ୍ୱର ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe