କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଅଭିଯୁକ୍ତ ଅଟକ

Advertisment
କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଅଭିଯୁକ୍ତ ଅଟକ

odisha-bytes

କେନ୍ଦୁଝର: କେନ୍ଦୁଝରରେ ବି ବ୍ରାଉନସୁଗାର ଚେର। ଏସଟିଏଫ ଟିମ୍ କେନ୍ଦୁଝର ଟାଉନ ପୁଲିସର ସହଯୋଗରେ ୫୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ପୁଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତର ନାମ ରବୀନ୍ଦ୍ର ସାମଲ(୩୭) ହୋଇଥିବାର ବେଳେ ତାର ଘର ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାଯାଇଛି।

ଅଭିଯୁକ୍ତ ନିକଟରୁ କାର ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଉଦ୍ଧାର କରାଯାଇ ଜବତ କରାଯାଇଛି। ଗତକାଲି ରାତିରେ ଏସଟିଏଫ ଟିମ୍ କେନ୍ଦୁଝର ଟାଉନ ପୁଲିସର ସହାୟତାରେ ସିଲୁନ ଛକଠାରେ ଏହି ଚଢ଼ଉ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe