ସୌମ୍ୟରଞ୍ଜନଙ୍କ ମାରାଥନ ପ୍ରଚାର : ‘ଭୟମୁକ୍ତ ଘସିପୁରା ଗଠନ ଆମ ସଂକଳ୍ପ’

Advertisment
ସୌମ୍ୟରଞ୍ଜନଙ୍କ ମାରାଥନ ପ୍ରଚାର : ‘ଭୟମୁକ୍ତ ଘସିପୁରା ଗଠନ ଆମ ସଂକଳ୍ପ’

ଆନନ୍ଦପୁର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଘସିପୁରା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଚାରକୁ ‌ଜୋରଦାର କରିଛନ୍ତି। ଗତକାଲି ସକାଳ ୭ଟାରେ ଆନନ୍ଦପୁର ବ୍ଲକ୍‌ ବୁଢ଼ୀକୁଦରେ ପ୍ରଥମ ବୈଠକ ଅନୁ‌ଷ୍ଠିତ ହୋଇଥିଲା। ଆଦିବାସୀବହୁଳ ଏହି ପଞ୍ଚାୟତରେ କୁଜିନେତାମାନେ ସରକାରୀ ଅନୁଦାନ ହଡ଼ପ କରୁଛନ୍ତି। ଏଠାକାର ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଗୋହିରାରେ ଏକ ବାଇକ୍ ଶୋଭାଯାତ୍ରାରେ ସେ ସାମିଲ ହୋଇଥିଲେ। ଯୁବନେତା ଦୈତାରୀ ମହାକୁଡ଼, ଇଂ ଜଗବନ୍ଧୁ ପାତ୍ରଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ସମର୍ଥକ ଏଥିରେ ସାମିଲ ହୋଇଥିଲେ। ସମର୍ଥକମାନେ ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ପରିବର୍ତ୍ତନ ସପକ୍ଷରେ ନାରା ଦେଇଥିଲେ। ଅପରାହ୍‌ଣ ୪ଟାବେଳେ ଭଣ୍ଡାରିଡିହାରେ ବିଶାଳ ବାଇକ୍ ଶୋଭାଯାତ୍ରା ହୋଇଥିଲା। ପଦନପୁରରୁ ବାହାରି ଭଣ୍ଡାରିଡିହା, ନରସିଂହପୁର, ତୋରାଣିଆପାଳ ପରିକ୍ରମା କରିବାପରେ ବସନ୍ତପୁରାରେ ଶେଷ ହୋଇଥିଲା। ସମିତିସଭ୍ୟ ଶୁଭଶ୍ରୀ ଶୁଭଦର୍ଶିନୀ ରାଉତ, ଯୁବନେତା ପ୍ରଭାତ ପୁହାଣ, ପ୍ରତାପ ପୁହାଣ, ଦିଲୀପ ନାୟକ, ଭୀମସେନ ସା, ଚଗୁଲୁ ବେଜ, ଭଗବାନ ମହାରଣା, ଟୁଟୁ ମହାରଣା, ଦିଲୀପ ସାହୁ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।
ସନ୍ଧ୍ୟାରେ କେଶଦୁରାପାଳ ବସ୍‌ଷ୍ଟାଣ୍ଡରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବ୍ଲକ୍‌ ବିଜେଡି ସଭାପତି ମନ୍ମଥ ରାଉତଙ୍କ ସଂଯୋଜନାର ଅନୁଷ୍ଠିତ ସଭାରେ ଶ୍ରୀ ପଟ୍ଟନାୟକ ତାଙ୍କ ସମର୍ଥକଙ୍କ ଉପରେ ଚାଲିଥିବା ପୁଲିସ ଜୁଲମ ବିରୋଧରେ ବର୍ଷିଥିଲେ। ଏହାଦ୍ବାରା ସେମାନେ କେବେ ବି ଡରିବେ ନାହିଁ। ଯିଏ ଡରିବ ସେ କୌଣସି କାମରେ ଆଗକୁ ଯାଇପାରିବ ନାହିଁ। ଭୟମୁକ୍ତ ଘସିପୁରା ଗଠନ ପାଇଁ ଆମେ ସକଳ୍ପ ନେଇଛୁ, କରିକି ଦେଖାଇବୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତର ଦୁଇ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ସାମିଲ ‌ହୋଇଥିଲେ।

ଆସନ୍ତା ୨୫ ତାରିଖ ଶନିବାର ଗରିବର ବନ୍ଧୁ ଅଟୋରିକ୍ସା ଚିହ୍ନରେ ଭୋଟ୍ ଦେବାକୁ ସମସ୍ତେ ଶପଥ ନେଇଥି‌ଲେ। ଏହି ଅବସରରେ ବିଜେଡି ଯୁବନେତା ନାରାୟଣ ସାହୁ ସ୍ବାଧୀନ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇଥିଲେ। ଯୁବନେତା ସୌମ୍ୟ ସାହୁ, ଅଜିତ ଘୋଷ, ବିଶୁ ମିଶ୍ର, ମୁକାନ ଓଝା, ଶ୍ୟାମ ଓଝା, ରବି ବିନ୍ଧାଣୀ, ବେଲ ମହାରଣା, କବି ପରିଡ଼ା, ଲିପୁ ସାହୁ, କ୍ଷୀରୋଦ ବିନ୍ଧାଣୀ, ପ୍ରସନ୍ନ ଓଝା, ଲିପୁ ପୃଷ୍ଟି, ଦୀପୁ ପୃଷ୍ଟି, ଜଗା ସାହୁ, ନାରାୟଣ ଦାସ, ବାବୁଲି ଦାସ, ବଗୁ ସାହୁ, ଅଜୁ ବେହେରା, କୁମାର ବବୁଲ ଓ ସୋମନାଥ ବେହେରା ସଭା ପରିଚାଳନା କରିଥିଲେ। ସନ୍ଧ୍ୟାରେ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ନରଦା ଗ୍ରାମରେ ନିର୍ବାଚନୀ ସଭା ଅନୁଷ୍ଠିତ ‌ହୋଇଥିଲା। ବହୁ ସଂଖ୍ୟାରେ ମହିଳା ଓ ଜନସାଧାରଣ ସାମିଲ ହୋଇ ଅଞ୍ଚଳରୁ ଗୁଣ୍ଡାରାଜ, ଦୁର୍ନୀତି ହଟାଇବାପାଇଁ ସୌମ୍ୟରଞ୍ଜନଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe