ନୂଆଗଡ଼-ଦେଉଳଡିହା ପ୍ରଧାନମନ୍ତ୍ରୀ ରାସ୍ତାରେ ଚିପ୍ସ ଗଦା

Advertisment
ନୂଆଗଡ଼-ଦେଉଳଡିହା ପ୍ରଧାନମନ୍ତ୍ରୀ ରାସ୍ତାରେ ଚିପ୍ସ ଗଦା

ତେଲକୋଇ: ତେଲକୋଇ ଥାନା ଦେଉଳଡିହା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ଼-ଦେଉଳଡିହା ପ୍ରଧାନମନ୍ତ୍ରୀ ରାସ୍ତାର ନୂଆଗଡ଼ଠାରେ ରାସ୍ତା ମଝିରେ ବେଆଇନ ଭାବେ ଚିପ୍‌ସ ଗଦା କରାଯାଇଥିବାରୁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ଗତକାଲି ମଧ୍ୟାହ୍ନରେ ଏହି ସ୍ଥାନରେ ଏକ ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ଗୁରୁତର ହୋଇଥିଲେ। ଗୁରୁତରମାନେ ହେଲେ ଉଦୟଗିରି ଗ୍ରାମର ନିର୍ମଳ ସାହୁ (୩୬) ଓ ଶିଙ୍କୁଳାବାହାଳ ଗ୍ରାମର ହେମନ୍ତ ନାୟକ (୪୦)। ଉଭୟ ସମ୍ପର୍କରେ ଶଳାଭିଣୋଇ ବୋଲି ଜଣାପଡ଼ିଛି। ଏକ ସ୍କୁଟି (ଓଡି-୩୫-ଏଏଫ୍- ୫୫୩୭)ରେ ଉଭୟ ଉଦୟଗିରି ଅଭିମୁଖେ ଯାଉଥିଲେ। ରାସ୍ତା ଉପରେ ପଡ଼ିଥିବା ଚିପ୍‌ସ ଗଦାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, ନୂଆଗଡ଼ ଗ୍ରାମରେ ବୃହତ୍‌ ଜଳ‌ ଯୋଗାଣ ପ୍ରକଳ୍ପ ପାଇଁ ଏକ ପାଣିଟାଙ୍କି ନିର୍ମାଣ କରାଯାଉଛି। ଏଥିପାଇଁ ଠିକାସଂସ୍ଥା ପକ୍ଷରୁ ଦୀର୍ଘ ୬ମାସ ହେବ ଏକ ବିରାଟ ଗର୍ତ୍ତ ଖୋଳାଯାଇଛି। କଂକ୍ରିଟ କାମ ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ଚିପ୍‌ସ ଓ ନିର୍ମାଣ ସାମଗ୍ରୀ ଗଦା କରାଯାଇଛି। କିଛିମାସ ହେବ ଚିପ୍‌ସ ସବୁ ରାସ୍ତା ଉପରେ ବିଛାଇ ହୋଇପଡ଼ିଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା  ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe