ଗୋରୁ ବୋଝେଇ ଗାଡ଼ି ଜବତ: ଚାଳକ ଫେରାର

Advertisment
ଗୋରୁ ବୋଝେଇ ଗାଡ଼ି ଜବତ: ଚାଳକ ଫେରାର

ଉଦୟପୁର: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ ଗଦଗଦି ଗ୍ରାମର ବେହେରାସାହି ନିକଟରୁ ଗତକାଲି ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ପାଟଣା ଥାନା ପୁଲିସ ଜବତ କରିଛି। ଦେବଗଡ଼ ପଟୁ ୧୦ଟି ମହିନ୍ଦ୍ରା ପିକ୍‌ଅପ୍‌ ଭ୍ୟାନ୍‌ ଗୋରୁ ବୋଝେଇ ହୋଇ କେନ୍ଦୁଝର ଆସୁଛି ବୋଲି କିଛି ଯୁବକ ଖବର ପାଇଥିଲେ। ଗୋରୁ ଗାଡ଼ି ଗୁଡ଼ିକୁ ଅଟକାଇବା ପାଇଁ ସେମାନେ ୪୯ ନମ୍ବର ଜାତୀୟ ରାଜପଥରେ ଜଗି ରହିଥିଲେ। ଗାଡ଼ି ଗୁଡ଼ିକ ଦ୍ରୁତଗତିରେ ଆସୁଥିବାରୁ ସେମାନେ ଅଟକାଇ ପାରି ନଥି‌ଲେ। ଶେଷରେ ସମ୍ପୃକ୍ତ ଯୁବକମାନେ ଏକ ବୋଲେରୋରେ ତିନିଟି ଗୋରୁ ଗାଡ଼ିର ପିଛା କରିଥିଲେ।

ବେହେରାସାହି ନିକଟରେ ଏକ ‌ଗୋରୁ ବୋଝେଇ ଗାଡ଼ି (ଓଆର୍‌-୧୧-ଜେ-୮୫୧୧)ର ଛକ ପଙ୍କଚର ହୋଇଯିବାରୁ ଗାଡ଼ିଟି ଅଟକି ରହିଥିଲା। ଚାଳକ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲା। ସମ୍ପୃକ୍ତ ଯୁବକମାନେ ଗାଡ଼ିରେ ବୋଝେଇ ହୋଇଥିବା ୯ଟି ଗୋରୁଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ଗୋରୁ ଗୁଡ଼ିକୁ କରଞ୍ଜିଆ ଗୋଶାଳାକୁ ପଠାଇଥିବା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe