ଓଲଟିଲା ଗୋରୁବୋଝେଇ କ୍ୟାଣ୍ଟେନର: ୧୧ ଗାଈ ମୃତ, ଚାଳକ ଓ ଗୋମାଫିଆ ଫେରାର୍

Advertisment
ଓଲଟିଲା ଗୋରୁବୋଝେଇ କ୍ୟାଣ୍ଟେନର: ୧୧ ଗାଈ ମୃତ, ଚାଳକ ଓ ଗୋମାଫିଆ ଫେରାର୍

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ବିଞ୍ଝବାହାଳ ଗ୍ରାମରେ ଗୋରୁ ବୋଝେଇ କ୍ୟାଣ୍ଟେନର ଦୁର୍ଘଟଣାଗସ୍ତ ହୋଇଥିବାର ଖବର ମିଳିଛି। ଏଥିରେ ୧୧ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୋରୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଆଜି ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି।
ତେବେ ଘଟଣାସ୍ଥଳରୁ ଗାଡ଼ିଚାଳକ ଓ ଗୋରୁ ମାଫିଆ ଫେରାର ହୋଇ ଯାଇଛନ୍ତି।

ଓଡି ୦୯ ଏଏ ୫୫୧୧ ନଂ ଗାଡ଼ିରେ ଶତାଧିକ ଗୋରୁ ବୋଝେଇ ହୋଇ ଦେବଗଡ଼ ଅଞ୍ଚଳରୁ କେନ୍ଦୁଝର ଆଡ଼କୁ ଯାଉଥିବା ଖବର ପାଇ କିଛି ଯୁବକ ପିଛା କରିଥିଲେ। ଗାଡ଼ିଟି ଦ୍ରୁତଗତିରେ ପଳାଉଥିବା ବେଳେ ୪୯ ନଂ ରୁଗୁଡିହି ଟୋଲ୍ ପ୍ଲାଜା ଠାରୁ ଚକ୍କମା ଦେଇ ପୁଣି ଦେବଗଡ଼ ଆଡ଼କୁ ପଳାଉଥିଲା। ସୂଚନା ପାଇ ବିଞ୍ଝବାହାଳଠାରେ କିଛି ଯୁବକ ରାସ୍ତାରେ ଗାଡ଼ିକୁ ଅଟକାଇଥିଲେ। ଫଳରେ ଅନ୍ୟ ଉପାୟ ନ ପାଇ ରଙ୍ଗ୍ ରୋଡରେ ଚାଳକ ଗାଡ଼ି ନେଇ ଓଲଟାଇ ଦେଇ ଫେରାର ହୋଇ ଯାଇଛି। ଖବର ପାଇ ଘଟଣାସ୍ଥଳରେ ତେଲକୋଇ ପୁଲିସ, ଅଗ୍ନିଶମ ବାହିନୀ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe