ବାଂଶପାଳ: ବାଂଶପାଳ ବ୍ଲକର ଭଗତପୁର ଗ୍ରାମରେ ଗତକାଲି ପୋଖରୀରେ ବୁଡ଼ିଯାଇଥିବା ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ମୁଛୁ ମୁଣ୍ଡାଙ୍କ ପତ୍ନୀ ଅନୀତା ମୁଣ୍ଡା (୩୫)। ଗତକାଲି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ପାଇନଥିଲା। ଆଜି ସକାଳୁ ସେମାନେ ନଆସିବାରୁ ଗାଁ ଲୋକେ ପୋଖରୀ କାଟି ପାଣି ଛାଡ଼ିଦେଇଥିଲେ। ପରେ ମହିଳାଙ୍କ ମୃତଦେହ ମିଳିଥିଲା। ଏନେଇ ନୟାକୋଟ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ବାଂଶପାଳରେ ବ୍ୟବସ୍ଥା ନଥିବାରୁ କେନ୍ଦୁଝର ନେବାକୁ ପଡ଼ିବ। ମହିଳାଙ୍କ ପରିବାର ଅତି ଗରିବ ହୋଇଥିବାରୁ କେନ୍ଦୁଝର ନେଇପାରିନାହାନ୍ତି। ଏଣେ ପୁଲିସ ନଛୋଡ଼ବନ୍ଦା, କିନ୍ତୁ ନିଜେ ବ୍ୟବସ୍ଥା କରି ବ୍ୟବଚ୍ଛେଦ ପାଇଁ ନେବାକୁ ଅମଙ୍ଗ। ଅନ୍ୟପଟେ ସକାଳୁ ଉଦ୍ଧାର ହୋଇଥିବା ଶବଟି ସେମିତି ସଂପୃକ୍ତ ଘର ଆଗରେ ରହିଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକେ ଟଙ୍କା ଯୋଗାଡ଼ କରିବାକୁ ଉଦ୍ୟମ ଚଳାଇଛନ୍ତି। ନହେଲେ ଶବକୁ ସେମିତି ପକାଇ ରଖାଯିବ ନା ପୁଲିସ କି ପଦକ୍ଷେପ ନେବ ବୋଲି ପ୍ରଶ୍ନ ଉଠିଛି।
ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର
Advertisment
Follow Us