ଡିଜେଲ ଜବତ, ୩ ଗିରଫ

Advertisment
ଡିଜେଲ ଜବତ, ୩ ଗିରଫ

ବଡ଼ବିଲ,: ଡିଜେଲ ଚୋରି ଘଟଣାରେ ରୁଗୁଡ଼ି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାରିଆ ଥାନା ଅଞ୍ଚଳର ରାଜକିଶୋର ଗିରି, ପିଣ୍ଟୁ କୁମାର ଗିରି ଓ ଝାଡ଼ଖଣ୍ଡର କିସମତ୍ ପ୍ରଧାନ। ଅଭିଯୁକ୍ତଙ୍କ ଠାରୁ ୭୦ ଲିଟର ଡିଜେଲ ଜବତ କରାଯାଇଛି ବୋଲି ଥାନାଧିକାରୀ ଶ୍ରୀକାନ୍ତ କୁମାର ସାହୁ କହିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୫ ତାରିଖ ବିଳମ୍ବିତ ରାତିରେ ରୁଗୁଡ଼ି ଥାନା ଅଞ୍ଚଳରେ ଥିବା ଆର.ପି ସାଓ ଖଣିରେ ଛିଡ଼ା ହୋଇଥିବା ମେସିନ୍ ଓ ଗାଡ଼ିରୁ କିଛି ଯୁବକ ଡିଜେଲ ଚୋରି କରୁଥିବା ଖବର ପାଇଥିଲା ରୁଗୁଡ଼ି ପୁଲିସ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୦ ଲିଟର ଚୋରା ଡିଜେଲ ଜବତ କରିଥିଲା। ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe