ବର୍ଷାରେ ବେହାଲ ଭୀମକାଣ୍ଡ ନୂଆସାହି, ନୂତନ ପୋଲ ନିର୍ମାଣ ଦାବି

Advertisment
ବର୍ଷାରେ ବେହାଲ ଭୀମକାଣ୍ଡ ନୂଆସାହି, ନୂତନ ପୋଲ ନିର୍ମାଣ ଦାବି

ତେଲକୋଇ: ଗତକାଲି ଅପରାହ୍‌ଣରେ ତେଲକୋଇ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ନଥିବାରୁ ଚାଷକାମ ବାଧାପ୍ରାପ୍ତ ହୋଇଥିଲା। ଏହି ବର୍ଷା ଚାଷୀଙ୍କ ମନରେ ଉତ୍ସାହ ଭରିଦେଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ଭୀମକାଣ୍ଡ ଗ୍ରାମର ନୂଆସାହି ଅବସ୍ଥା ବେହାଲ ହୋଇଛି। ଭୀମକାଣ୍ଡ-ଦେଉଳଡିହା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଭୀମକାଣ୍ଡ ପଞ୍ଚାୟତଛକରୁ କେନ୍ଦୁମୁଣ୍ଡା ଦେଇ ବାଲେଶ୍ବରକୁ ଯାଇଥିବା ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେବାରୁ ରାସ୍ତା ଧୋଇଯାଇଛି। ରାସ୍ତାରେ ଥିବା ଏକ ହ୍ୟୁମ୍‌ପାଇପ୍ ପୋଲ ବହୁଦିନ ହେବ ପୋତି ହୋଇଯାଇଛି। ବର୍ଷାପାଣି ନିଷ୍କାସିତ ହୋଇ ନପାରି ଛକରେ ଥିବା ଦୋକାନ ଓ ଲୋକଙ୍କ ଘରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି।

ଏଠାରେ ତୁରନ୍ତ ଏକ ନୂତନ ପୋଲ ନିର୍ମାଣ କରିବାକୁ ସମିତିସଭ୍ୟ ବିରଞ୍ଚି କୁମାର ବେହେରା, ପୂର୍ବତନ ସମିତିସଭ୍ୟ ମହେଶ୍ୱର ବେହେରା, ଗ୍ରାମର ବରିଷ୍ଠ ନାଗରିକ ଅର୍ଜନ ବେହେରା, ସନାତନ ସାହୁ, ହୃଦାନନ୍ଦ ବେହେରା, ଦାଶରଥି ବେହେରା, ବିଦ୍ୟାଧର ବେହେରା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe