ହାତୀ ସଂପର୍କରେ ଜଙ୍ଗଲ ଭିତରେ ନବ ନିଯୁକ୍ତ ଫରେଷ୍ଟ ଗାର୍ଡଙ୍କୁ ପାଠ ପଢାଇଲେ ଡିଏଫଓ

Advertisment
ବଣୁଆ ହାତୀ ଗ୍ରାମାଭିମୁଖୀ, ଲୋକେ ଆତଙ୍କିତ

firstpost.com

ତେଲକୋଇ: ଜଙ୍ଗଲ ଭିତରେ ଚାଲିଛି କ୍ଲାସ। ନବ ନିଯୁକ୍ତ ୨୩ ଜଣ ଫରେଷ୍ଟ ଗାର୍ଡଙ୍କୁ ଦିଆଯାଉଛି ଶିକ୍ଷା। ଏହି ଶିକ୍ଷା ହାତୀଙ୍କ ବିଷୟରେ କେନ୍ଦୁଝର ଡିଏଫଓ ଏଚଡି ଧନରାଜ ଦେଉଛନ୍ତି। ହାତୀ ଓ ପରିବେଶ ସୁରକ୍ଷାକୁ ନେଇ ତାଲିମ ନେଉଛନ୍ତି ନୂଆ ନିଯୁକ୍ତି ପାଇଥିବା ଫରେଷ୍ଟ ଗାର୍ଡ।

ଆମେ କହୁଛୁ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧୀନରେ ଥିବା କଳାପାଟ ସଂରକ୍ଷିତ ଜଙ୍ଗଲ, ଯେଉଁଠି ଦନ୍ତା ହାତୀ ଆକ୍ରମଣରେ ଏକ ଅଣ୍ଡିରା ହାତୀ ଶାବକର ମୃତ୍ୟୁ ଘଟିଛି।

କେନ୍ଦୁଝର ଜିଲ୍ଲାରେ ନୂତନ ଭାବେ ନିୟୋଜିତ ହୋଇଥିବା ଫରେଷ୍ଟ ଗାର୍ଡଙ୍କୁ ହାତୀ ଉପରେ ଏକ କେସ ଷ୍ଟଡି କରିବା ପାଇଁ ଦିଆଯାଇଛି। ଗତକାଲି ଏହି ଜଙ୍ଗଲରେ ୧ ବର୍ଷ ବୟସର ଛୁଆ ହାତୀର ଗଳିତ ମୃତଦେହ ଠାବ ହୋଇଥିଲା। ମୃତ ହାତୀ ଛୁଆଟି ଏକ ୩୫ ଟିକିଆ ହାତୀ ଦଳରେ ରହିଥିଲା। ଦଳରେ ଥିବା ଏକ ଦନ୍ତା ହାତୀ ଆକ୍ରମଣରେ ଛୁଆ ହାତୀଟିର ମୃତ୍ୟୁ ହୋଇଥିଲା। ମୃତ ହାତୀକୁ କିପରି ବ୍ୟବଚ୍ଛେଦ କରାଯାଏ, ହାତୀ ମୃତ୍ୟୁର କାରଣ ଇତ୍ୟାଦି ଉପରେ ଶିକ୍ଷା ଦିଆଯାଇଛି।

ଏହି ଶିକ୍ଷାଦାନ ବେଳେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ହାତୀର ଗତିବିଧି, ଆଚରଣ, ଖାଦ୍ୟ ଗ୍ରହଣ, ସୁରକ୍ଷା, ମୃତ୍ୟୁର ତଦନ୍ତ, ପରିବେଶ ସହିତ ହାତୀର ସମ୍ପର୍କ ଉପରେ ପ୍ରାକ୍ଟିକାଲ ଶିକ୍ଷା ପ୍ରଦାନ କରିଛନ୍ତି। ଏହି କେସ ଷ୍ଟଡିରେ ବହୁତ କିଛି ଶିଖିବାକୁ ମିଳିଛି ବୋଲି ନୂତନ ଭାବେ ନିଯୁକ୍ତି ପାଇଥିବା ଫରେଷ୍ଟ ଗାର୍ଡମାନେ ପ୍ରକାଶ କରିଛନ୍ତି। ଏହାଛଡା ବହୁ ଉଚ୍ଚ ଶିକ୍ଷିତ ଯୁବକଯୁବତୀ ନୂତନ ଭାବେ ଫରେଷ୍ଟ ଗାର୍ଡ ଦାୟିତ୍ଵରେ ଅଛନ୍ତି। ଏ ଶିକ୍ଷା ଭବିଷ୍ୟତରେ ସେମାନଙ୍କୁ ଦକ୍ଷ ଭାବେ କାମ କରିବାକୁ ସୁଯୋଗ ଆଣିଦେବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe