ଉତ୍କଟ ପାନୀୟଜଳ ସମସ୍ୟା: ଶୋଷ ମେଣ୍ଟାଉଛି ଚୁଆପାଣି

Advertisment
ଉତ୍କଟ ପାନୀୟଜଳ ସମସ୍ୟା: ଶୋଷ ମେଣ୍ଟାଉଛି ଚୁଆପାଣି

ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତ ଗୋପୀସାଗର ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଏହି ଗ୍ରାମରେ ୨୩ଟି ପରିବାର ବାସ କରୁଛନ୍ତି। ଗାଁରେ ଗୋଟିଏ ବି ନଳକୂଅ ନାହିଁ। ଗ୍ରାମବାସୀ ପାଣି ପାଇଁ ନିକଟରେ ବହି ଯାଉଥିବା ନାଳ ଉପରେ ନିର୍ଭର କରିଥାନ୍ତି। ଦୈତାରି ଡ୍ୟାମ୍‌ର ବଳକା ପାଣି ଏହି ନାଳରେ ପ୍ରବାହିତ ହୋଇଥାଏ। ଗ୍ରୀଷ୍ମଋତୁରେ ଡ୍ୟାମ୍‌ର ଜଳସ୍ତର ହ୍ରାସ ପାଇବାରୁ ନାଳ ଶୁଖିଯାଇଛି। ଗ୍ରାମବାସୀ ପାଣିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ବିଭିନ୍ନ ସ୍ଥାନରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି।

ଏ ସମ୍ପର୍କରେ ବରେଇଗୋଡ଼ା ସରପଞ୍ଚ ଜଲ ଜୁଆଙ୍ଗଙ୍କୁ ପଚାରିବାରୁ, ଗୋପୀସାଗର ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ଗାଁକୁ ଗାଡ଼ିମୋଟର ଯିବାପାଇଁ ରାସ୍ତା ନାହିଁ। ନଳକୂଅ ଖୋଳିବାପାଇଁ ଗାଡ଼ି ଯାଇପାରୁ ନଥିବା ସେ କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମରେ ପାନୀୟଜଳ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe