ଟ୍ରାକ୍ଟର ଓଲଟି ଚାଲିଗଲା ଡ୍ରାଇଭରଙ୍କ ଜୀବନ

Advertisment
ଟ୍ରାକ୍ଟର ଓଲଟି ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଚମ୍ପୁଆ: ଟ୍ରାକ୍ଟର ଓଲଟି ପଡ଼ିବାରୁ ଚମ୍ପୁଆ ଥାନା ଅଧୀନ ବଡ଼ନଈ ଗ୍ରାମର ଗଦା ଚାତମ୍ବା (୨୦) ଙ୍କ ମୃତ୍ୟୁ ହୋଇଛି। ପଳଶା ଗ୍ରାମର  ଟ୍ରାକ୍ଟର ମାଲିକଙ୍କ ଘରକୁ ସେ ଗାଡ଼ି ନେଇ ଯାଉଥଲେ। ନିୟନ୍ତ୍ରଣ ହରାଇବାରୁ ତାହା ଓଲଟି ପଡ଼ିବାରୁ ସେ ତଳେ ଚାପି ହୋଇ ରହିଯାଇଥିଲେ। ଟ୍ରାକ୍ଟରରେ ଥିବା ଅନ୍ୟଜଣେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଗଦାଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚମ୍ପୁଆ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe