ଦୁଇ ଭାରୀଯାନ ମଧ୍ୟରେ ଚାପି ହୋଇ ଚାଲିଗଲା ଟ୍ରେଲର ଚାଳକଙ୍କ ଜୀବନ

Advertisment
ବାଇକକୁ ଧକ୍କା ଦେଲା କାର୍, ଚାଲିଗଲା ମହିଳାଙ୍କ ଜୀବନ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କାଟେସାହି ରାସ୍ତାର କୋହ୍ଲରୋଡ଼କଳା ଛକ ନିକଟରେ ଥିବା ପାର୍କିଂସ୍ଥଳରେ ଦୁଇଟି ଭାରୀଯାନ ମଧ୍ୟରେ ଚାପି ହୋଇଯିବାରୁ ‌ଜଣେ ଟ୍ରେଲର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେ‌ଲେ ବାବୁଲା ଯାଦବ (୩୩)। କୋହ୍ଲରୋଡ଼କଳା ଛକ ନିକଟରେ ଥିବା ପାର୍କିଂସ୍ଥଳରେ ଗତକାଲି ଅନେକ ଟ୍ରକ୍‌ ଓ ଟ୍ରେଲର ଛିଡ଼ା ହୋଇଥିଲା। ଟ୍ରେଲର (ଓଡି-୦୯-ଏକ୍ସ-୨୯୨୦)କୁ ଷ୍ଟାର୍ଟରେ ରଖି ଚାଳକ ବାବୁଲା ତଳେ ଛିଡ଼ା ହୋଇଥିଲେ। ଏହି ସମୟରେ ଟ୍ରେଲରଟି ଆଗକୁ ଗଡ଼ିବାକୁ ଲାଗିଲା।

ଚାଳକ ଗାଡ଼ି ଅଟକାଇବା ପାଇଁ କ୍ୟାବିନ୍‌ରେ ଚଢ଼ିବା ସମୟରେ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ମଝିରେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରୁଗୁଡ଼ି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe