କେନ୍ଦୁଝରରେ ବିଜୁଳି ବିଭ୍ରାଟ:ସହରବାସୀଙ୍କ ଆନ୍ଦୋଳନ ଚେତାବନୀ

Advertisment
କେନ୍ଦୁଝରରେ ବିଜୁଳି ବିଭ୍ରାଟ:ସହରବାସୀଙ୍କ ଆନ୍ଦୋଳନ ଚେତାବନୀ

କେନ୍ଦୁଝର: ଦିନେ ନୁହେଁ କି ଦୁଇଦିନ ନୁହେଁ, ମାସ ମାସ ଧରି ବିଜୁଳି ବିଭ୍ରାଟରେ ବ୍ୟତିବ୍ୟସ୍ତ କେନ୍ଦୁଝରବାସୀ। ସକାଳୁ ବିଳମ୍ବିତ ରାତିଯାଏ କେତେବେଳେ ବିଜୁଳି କଟିବ କି କେତେବେଳେ ବିଜୁଳି ଆସିବ; ତାହା କେହି ଜାଣନ୍ତିନି। ଦିନକୁ ଅତି କମ୍‌ରେ କେନ୍ଦୁଝର ସହରରେ ୨୦ଥର ବିଜୁଳି କଟେ। ଗ୍ରାମାଞ୍ଚଳ କଥା ନକହିଲେ ଭଲ। କେନ୍ଦୁଝର ସହରରେ ବିଜୁଳି ବିଭ୍ରାଟ ଏକ ନିତିଦିନିଆ କଥା। ଖରାଦିନେ ଅଧିକ ବିଜୁଳି ବିଭ୍ରାଟ ହୋଇଥାଏ ବୋଲି ଧାରଣା ଅଛି। ଏବେ ବର୍ଷାଦି‌ନ ସତ୍ତ୍ବେ ନିୟମିତ ଏତେ ବିଜୁଳି ବିଭ୍ରାଟ ହେଉଛି ଯେ, ଲୋକେ ନିୟମିତ କାମ କରିବା ବି ମୁସ୍କିଲ ହୋଇ ପଡ଼ୁଛି। ଗତକାଲି ଗୋଟିଏ ଦିନର ଉଦାହରଣ ନିଆଯାଉ।

ସକାଳୁ ପ୍ରଥମେ ୯ଟା ବେଳେ ବିଜୁଳି ସ˚ଯୋଗ ବିଚ୍ଛିନ୍ନ ହୋଇଥିଲା। ସ˚ଯୋଗ ହେଲା ବେଳକୁ ସମୟ ୧ଟା ୩୦। ଏହାପରେ ପୁଣି ୧୧ଟାରେ ବିଜୁଳି ସ˚ଯୋଗ ବିଚ୍ଛିନ୍ନ ହେଲା।୧୫ ମିନିଟ୍‌ ପରେ ଆସିଲା। ଏହିଭଳି ପ୍ରାୟ ଦିନ ତମାମ ୧୫ରୁ ଅଧିକ ଥର ବିଜୁଳି ବିଭ୍ରାଟ ହୋଇଛି। ସନ୍ଧ୍ୟା ୫ଟାରେ ବିଜୁଳି ସ˚ଯୋଗ ବିଚ୍ଛିନ୍ନ ହୋଇ ସାଢେ଼ ୬ଟା ବେଳେ ଆସିଥିଲା। ପୁଣି ୭ଟା ବେଳେ ବିଜୁଳି ସ˚ଯୋଗ ହେବା ପରେ ୮ଟାରେ ଆସିଲା ବିଜୁଳି। ଏଭଳି ଭାବେ ବାରମ୍ବାର ବିଜୁଳି ବିଭ୍ରାଟ ହେବା ଯୋଗୁ ମେଡିକାଲଠୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ବେସରକାରୀ କାର୍ଯ୍ୟାଳୟରେ ଜରୁରୀ କାମ‌ ହୋଇପାରୁନି।
ଗତ କିଛି ଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଜୁଳି ନ ଥିବାରୁ ମୋବାଇଲ୍‌ ଲାଇଟ୍‌ରେ ଅପରେସନ୍‌ ଯୋଗୁ ସଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଏହା ସତ୍ତ୍ବେ ବାରମ୍ବାର ଖୋଦ୍‌ ସଦର ମହକୁମାରେ ଏତେ ସମୟଧରି ବିଜୁଳି ବିଭ୍ରାଟ ନେଇ ଏବେ ସହରବାସୀଙ୍କ ମଧୢରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଏ ସ˚ପର୍କରେ କେନ୍ଦୁଝର ଯୁବ ପରିଷଦର ଆବାହକ ବରଦା ପ୍ରସନ୍ନ ଦାସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ସହରର ବିଜୁଳି ବିଭ୍ରାଟ ନେଇ ବାରମ୍ବାର ନେସ୍କା କତ୍ତୃର୍ପକ୍ଷଙ୍କୁ ଜଣାଇଥିଲେ ମଧୢ କୌଣସି ସୁଫଳ ମିଳୁନି। ଏଥିନେଇ ତୁରନ୍ତ ଏହାର ପ୍ରତିକାର କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe