ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର

Advertisment
ଯୁବଚାଷୀଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା; ଚିତ୍କାର ଶୁଣି ଦୌଡି ଆସିଲେ ଲୋକେ, ପଳାଇଗଲା ହାତୀ

Photo: Sambad

ରାଇସୁଆଁ :କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର କରମଙ୍ଗି ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଛି। ଏକ ଦନ୍ତାହାତୀ ଆକ୍ରମଣରେ ଆଜି ଗ୍ରାମର ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ସନ୍ତୋଷ ନାୟକ (୩୫)। ହାତୀପଲ ଆଜି ସକାଳୁ ସକାଳୁ କରମଙ୍ଗି ଗ୍ରାମର ପାହାଡ଼ ତଳ ଜମିରେ ପାଚିଲା ଧାନ ଖାଉଥିବା ନେଇ ଚାଷୀମାନେ ଖବର ପାଇଥିଲେ। ଚାଷୀମା‌ନେ ସଂଘବଦ୍ଧ ହୋଇ ହାତୀପଲଙ୍କୁ ଘଉଡ଼ାଇଥିଲେ। ଫେରିବା ବେଳେ ସନ୍ତୋଷ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତାଟି ତାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା। ସାଥୀରେ ଯାଇଥିବା ଚାଷୀମାନେ ସନ୍ତୋଷଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe