ଚିକିତ୍ସାଧୀନ ଅବସ୍ଥାରେ ହାତୀଛୁଆର ଚାଲିଗଲା ଜୀବନ

Advertisment
ଚିକିତ୍ସାଧୀନ ଅବସ୍ଥାରେ ହାତୀଛୁଆର ଚାଲିଗଲା ଜୀବନ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ବିଜେପି ରେଞ୍ଜ ଭେଜିଡିହି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଅଣ୍ଡିରା ହାତୀଛୁଆ (୨ ବର୍ଷ)ର ମୃତ୍ୟୁ ହୋଇଛି। ଏହି ହାତୀଛୁଆ ଗତକାଲି ଅସୁସ୍ଥ ହୋଇଥିଲା। ବନ୍ୟପ୍ରାଣୀ ବିଭାଗର ଡାକ୍ତର ବ୍ରଜରାଜ ଯାଦବଙ୍କ ନେତୃତ୍ବରେ ଏକ ଦୁଇଜଣିଆ ଟିମ୍‌ ଓ ବାଂଶପାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀ ଶାବକର ଚିକିତ୍ସା କରୁଥିଲେ। ହାତୀଛୁଆଟି ଥଣ୍ଡାରୁ ଅସୁସ୍ଥ ହୋଇପଡ଼ିଥିବା ଅନୁମାନ କରାଯାଉଥିଲା। ତାକୁ ଗତକାଲି ଦିନତମାମ ସାଲାଇନ, ଭିଟାମିନ ଓ ଔଷଧ ଦିଆଯାଇଥିଲା।

ରାତିରେ ନୟାକୋଟ ବିଟ୍ ଅନ୍ତର୍ଗତ ଭେଜିଡିହି ଅଞ୍ଚଳରେ ଘୂରି ବୁଲୁଥିବା ୧୨ ଟିକିଆ ହାତୀପଲରେ ଥିବା ଏହି ଛୁଆହାତୀ ଅସୁସ୍ଥ ହୋଇ ଜଙ୍ଗଲରେ ପଡ଼ିଥିଲା। ଗତକାଲି ସକାଳେ ବନ ବିଭାଗ ଖବର ପାଇ ଶାବକଟିକୁ ଉଦ୍ଧାର କରିଥିଲେ। ଗୋଠରେ ଥିବା ଅନ୍ୟ ହାତୀ ନିକଟସ୍ଥ ଜଙ୍ଗଲରେ ଘୂରି ବୁଲୁଛନ୍ତି। ଏସିଏଫ୍ ଅଶୋକ କୁମାର ଦାସ, ରେଞ୍ଜର ନୟନକାନ୍ତ ସାହୁ, ରାଜେନ୍ଦ୍ର ପାତ୍ର ପ୍ରମୁଖ ଚିକିତ୍ସା ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe