ତେଲକୋଇ ରେଞ୍ଜରେ ଛୁଆ ହାତୀ ମୃତ

Advertisment
ତେଲକୋଇ ରେଞ୍ଜରେ ଛୁଆ ହାତୀ ମୃତ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲ ଓଢଣା ଗାଁ ନିକଟରେ ୧ ବର୍ଷର ଅଣ୍ଡିରା ଛୁଆ ହାତୀର ମୃତ୍ୟୁ ଘଟିଛି। ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୨/୩ ଦିନ ତଳେ ହାତୀ ଶାବକର ମୃତ୍ୟୁ ଘଟିଥିବା ଜଣାଯାଇଛି।

ନିକଟରେ ହାତୀ ୩୭ଟିକିଆ ହାତୀପଲ ରହୁଥିବାରୁ ବନ ବିଭାଗ ଗତକାଲି ସେଠାକୁ ଯାଇ ପାରିନଥିଲା। ଆଜି ଘଟଣାସ୍ଥଳକୁ ବନ ବିଭାଗ ଅଧିକାରୀ ଓ ପ୍ରାଣୀ ଚିକିତ୍ସାଧିକାରୀ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe