ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ସଲେଇକେନା ଜଙ୍ଗଲ ନିକଟ ଭାଡିମରା ଜୁଆଙ୍ଗସାହି ଥାନିନାଳୀ ଚାଷ ଜମିରେ ଏକ ଦନ୍ତା ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ହାତୀଙ୍କ ମଧ୍ୟରେ ଲଢେଇ ଲାଗିଥିଲା। ଦନ୍ତାଙ୍କ ମଧ୍ୟରେ ଲଢେଇ ଯୋଗୁଁ ହାତୀଟିର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି।
ହାତୀ ମୃତ୍ୟୁ ନେଇ କେନ୍ଦୁଝର ଡିଏଫ୍ଓ ଏଚ୍ଡି ଧନରାଜ କହିଛନ୍ତି, କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ସଲେଇକେନା ଜଙ୍ଗଲ ନିକଟ ଭାଡିମରା ଜୁଆଙ୍ଗସାହି ଥାନିନାଳୀ ଚାଷ ଜମିରୁ ଉଦ୍ଧାର ମୃତ ଦନ୍ତାର ବୟସ ପାଖାପାଖି ୪୦ ବର୍ଷ ବୟସ ହେବ। ଯାହା ଅନୁମାନ କରାଯାଉଛି ଗୁରୁବାର ରାତି ୧୧ଟାରୁ ୨ଟା ମଧ୍ୟରେ ହାତୀର ମୃତ୍ୟୁ ହୋଇଛି। ଜେଟିଏଫ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଭିଏଏସ୍, ଜିଲ୍ଲାପରିଷଦ ସଦସ୍ୟ, ରାଜସ୍ବ ନିରୀକ୍ଷକ, ଏସ୍ଡିଓ, ସରପଞ୍ଚ ଓ ଗଣମାଧ୍ୟମର ପ୍ରତିନିଧିଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ଯେଉଁଠି ହାତୀର ମୃତ୍ୟୁ ହୋଇଛି, ସେହି ଜମିକୁ ରାଜୁ ମୁଣ୍ଡା ଓ ଖଜୁରୀ ମୁଣ୍ଡା ଜବରଦଖଲ କରିଥିଲେ। ତେଣୁ ଉଭୟଙ୍କୁ ଗିରଫ କରାଯାଇଛି। ଏନେଇ ତଦନ୍ତ ରିପୋର୍ଟ ଦାଖଲ କରାଯିବ।
Follow Us