କେନ୍ଦୁଝରରେ ଜଙ୍ଗଲୀ ହାତୀ ଆତଙ୍କ: ଭାଙ୍ଗୁଛି ଘର, ଭାଙ୍ଗୁଛି ସ୍କୁଲ୍‌

କେନ୍ଦୁଝରରେ ଜଙ୍ଗଲୀ ହାତୀ ଆତଙ୍କ: ଭାଙ୍ଗୁଛି ଘର, ଭାଙ୍ଗୁଛି ସ୍କୁଲ୍‌

କେନ୍ଦୁଝର: କେନ୍ଦୁଝରରେ ଜଙ୍ଗଲୀ ହାତୀ ଆତଙ୍କ। ଜମିରିଡିହ ଗାଁରେ ମାତିଛି ଦଳ ଛଡା ଜଙ୍ଗଲୀ ହାତୀ। ଗତ କିଛି ଦିନ ହେଲା ଏକଲା ଦନ୍ତା ହାତୀ ଅଂଚଳରେ ଉତ୍ପାତ କରୁଛି। ଲୋକଙ୍କ ଘର ଦ୍ୱାର ଭାଙ୍ଗିବା ସହ ଜମିରିଡିହ ଗାଁର ସ୍କୁଲ ଘର ମଧ୍ୟ ଭାଙ୍ଗି ଦେଇଛି। ଖାଲି ସେତିକି ନୁହେଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳ ବି ଖାଇ ଯାଇଛି। ହାତୀଟି ଦିନସାରା ଜଙ୍ଗଲରେ ରହି ରାତି ହେଲେ ଗାଁ ମୁହାଁ ହୋଇ ଉତ୍ପାତ କରୁଥବାରୁ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି। କିଛି ଦିନ ପୂର୍ବେ ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି। ହେଲେ ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି।

publive-image Down To Earth

ଏହାସହ କେନ୍ଦୁଝର ଚମ୍ପୁଆ ରେଂଜ ଅଂଚଳରେ ଜଙ୍ଗଲୀ ହାତୀ ଆତଙ୍କ। ୧୮ ଦଳିଆ ହାତୀ ପଲ ପଦ୍ମପୁର ଗାଁକୁ ପଶିଆସି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଅମଳ ପାଇଁ କଟା ହୋଇଥିବା ଧାନ ବିଡ଼ାକୁ ଖାଇ ଦେବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି ହାତୀ ପଲ। ହାତୀ ପଲ ଜନ ବସତି ଆଡକୁ ପଶି ଆସିଥିବାରୁ ଲୋକେ ଭୟରେ ଘରୁ ବାହାରୁନାହାନ୍ତି। ବନବିଭାଗ ତରଫରୁ ହାତୀପଲକୁ ଘୋଇଡାଇବା କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe