ହାତୀ ଉପଦ୍ରବରେ ଅତିଷ୍ଠ ହୋଇ କୋଇଡା ବନଖଣ୍ଡ ଅଧିକାରୀ ସମେତ ଫରେଷ୍ଟରଙ୍କୁ ଚାରିଘଣ୍ଟା ବନ୍ଧକ ରଖିଲେ ଗ୍ରାମବାସୀ

Advertisment
ହାତୀ ଉପଦ୍ରବରେ ଅତିଷ୍ଠ ହୋଇ କୋଇଡା ବନଖଣ୍ଡ ଅଧିକାରୀ ସମେତ ଫରେଷ୍ଟରଙ୍କୁ ଚାରିଘଣ୍ଟା ବନ୍ଧକ ରଖିଲେ ଗ୍ରାମବାସୀ

କୋଇଡା: ଗତ ପାଞ୍ଚ ଦିନ ହେବ କୋଇଡା ବ୍ଲକ ମାଲଦା ପଞ୍ଚାୟତ ଗଣୁଆ ନିକଟସ୍ଥ ମୁଟୁକୁଦର ଓ ପଟବେଡା ଗ୍ରାମରେ ୧୨ ଗୋଟି ହାତୀପଲଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଅଞ୍ଚଳର ପ୍ରାୟ ୧୩ ଗୋଟି ଘର ଭାଙ୍ଗି ଛାରଖାର କରି ସମସ୍ତ ଚାଉଳ ଓ ଆସବାବପତ୍ର ନଷ୍ଟ କରି ଦେଇଥିଲେ ହାତୀପଲ । ଭୟରେ ଗ୍ରାମବାସୀ ଛୁଆ ପିଲାଙ୍କ ସମେତ ରାତି ଅନିଦ୍ରା ରହି ହାତୀ ଘଉଡାଇବାକୁ ବାଧ୍ୟ ହେଉଥିଲେ । ସ୍ଥାନୀୟ ବନ ବିଭାଗକୁ ଯେତେ ଅଭିଯୋଗ କରି ଆସୁଥିଲେ ହେଁ କେହି ଦେଖିବାକୁ ଆସୁ ନ ଥିଲେ ।

ଘଟଣା ସମ୍ପର୍କରେ ବହୁ ଥର ଖବର ପ୍ରସାରଣ ସହ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ନିକଟରେ ଦ୍ଵାରସ୍ଥ ହୋଇଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି ବନ ବିଭାଗ ତତ୍ପରତା ଦେଖାଇ ନ ଥିଲେ । ପୁଣି ଆଜି ହାତୀ ପଲ ତିନି ଘର ଭାଙ୍ଗି ଚାଉଳ ଖାଇବା ସହ ଆସବାପତ୍ର ନଷ୍ଟ କରି ଦେଇଥିଲେ । ଏ ଖବର ପାଇ ସ୍ଥାନୀୟ ରେଞ୍ଜର କାଜଲ ନାଏକ ଓ ଫରେଷ୍ଟର ପ୍ରତାପ ସାହୁ ତଦନ୍ତ ପାଇଁ ପହଞ୍ଚିଥିଲେ। ରାତି ଅନିଦ୍ରା ଓ ଅତିଷ୍ଠ ଗ୍ରାମବାସୀମାନେ ରେଞ୍ଜର ଓ ଫରେଷ୍ଟରଙ୍କୁ ବନ୍ଧକ ରଖି ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଦିବାକର ନାଏକ ଶୁଣି ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ତଥାପି ଗ୍ରାମବାସୀ ରେଞ୍ଜରଙ୍କଠାରୁ ଘର ମିଳିବା ନେଇ ଏକ ଲିଖିତ ପ୍ରତିଶ୍ରୁତି ନେଲା ପରେ ଦୀର୍ଘ ଚାରି ଘଣ୍ଟା ପରେ  ବନ୍ଧକରୁ ମୁକୁଳାଇ ହାତୀପଲ ଯେମିତି ଗାଁ ମୁହାଁ ନ ହୁଅନ୍ତୁ ସେ ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ଗୁହାରି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe