ନିଦ ହଜାଇଲେଣି ହାତୀପଲ: ପୁଣି ଉଜାଡ଼ିଲେ ଧାନ ଫସଲ

Advertisment
ନିଦ ହଜାଇଲେଣି ହାତୀପଲ: ପୁଣି ଉଜାଡ଼ିଲେ ଧାନ ଫସଲ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ବନିକା ଓ ଟିଆଁସିଶି ଗ୍ରାମରେ ବୈତରଣୀ ନଦୀକୂଳରେ ଚାଷୀମାନେ ଖରାଟିଆ ଧାନଚାଷ କରିଛନ୍ତି। ହାତୀପଲ ଦାଉ ସାଧୁଥିବାରୁ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି। ଧାନ ପାଚିଲା ବେଳକୁ ଝାଡ଼ଖଣ୍ଡ ଓ ମୟୂରଭଞ୍ଜ ଜିଲ୍ଲାରୁ ହାତୀପଲ ଆସି ନିକଟସ୍ଥ ଜଙ୍ଗଲରେ ଡେରା ପକାଇଛନ୍ତି। ଧାନ ଖାଇବା ସହ ମାଡ଼ିଦଳି ଫସଲ ନଷ୍ଟ କରୁଛନ୍ତି।
ଚାରିଦିନ ହେବ ଏଠାରେ ଏକ ୨୭ଟିକିଆ ହାତୀପଲ ଡେରା ପକାଇଛନ୍ତି। ସେମାନଙ୍କୁ ଘଉଡ଼ାଇଲେ ନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲା ସୀମାକୁ ଚାଲି ଯାଉଛନ୍ତି। ପୁଣି ରାତିରେ ନଦୀପାର ହୋଇ କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରୁଛନ୍ତି। ବିଲରେ ପଶି ଧାନ ଖାଇବା ସହ ମାଡ଼ିଦଳି ନଷ୍ଟ କରୁଛନ୍ତି। ହାତୀପଲ ପାଇଁ ବନିକା, ଟିଆଁସିପଶି ଓ କାଟୁଳିକନା ଗ୍ରାମର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଗତ ୩୦ ତାରିଖରେ ବନିକା ଗ୍ରାମର ହୀରାଲାଲ ମହାନ୍ତ, ଗଙ୍ଗାଧର ସିଂ, ପଦ୍ମଲୋଚନ ମହାନ୍ତ, ନୁନା ମହାରଣା, ଅଲେଖ ମହାନ୍ତ, ରମେଶ ସିଂ, ବିନୟ ଟାଇସନ୍, ମୁଟୁ ସିଂ, ଅରୁଣ ସିଂଙ୍କ ୧୦ ଏକରରୁ ଅଧିକ ଧାନ ଫସଲ ହାତୀପଲ ନଷ୍ଟ କରିଥିଲେ। ଗତକାଲି ରାତିରେ ଗୋବିନ୍ଦ ମହାନ୍ତ, ପଦ୍ମଲୋଚନ ମହାନ୍ତ, ଆର୍ତ୍ତତ୍ରାଣ ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ, ଶରତ ଚନ୍ଦ୍ର ମହାନ୍ତ, ଉଷାମଣି ମହାନ୍ତ, ଦୁଃଖବନ୍ଦୁ ମହାନ୍ତ, ବନମାଳୀ ମହାନ୍ତ, ଚକ୍ରଧର ମହାନ୍ତ, ବିଜୟ କୁମାର ମହାନ୍ତ, ଯୁବରାଜ ମହାନ୍ତ, ଭକ୍ତବନ୍ଧୁ ମହାନ୍ତ, ଶମ୍ଭୁନାଥ ମହାନ୍ତ, ଗୌତମ ମହାନ୍ତ, ବିକାଶ ମୁଣ୍ଡା ଓ ଅଣ୍ଡ ସିଂଙ୍କ ୨୦ ଏକରରୁ ଅଧିକ ଧାନ ଫସଲ ନଷ୍ଟ କରିଛନ୍ତି।
ପ୍ରତିବର୍ଷ ହାତୀପଲ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗର ଏହାର ସ୍ଥାୟୀ ପ୍ରତିକାର କରୁନଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲଗାତର ୪ବର୍ଷ ହେବା କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବି କରିଆସୁଛନ୍ତି। ହେଲେ ବନ ବିଭାଗ କ୍ଷତିପୂରଣ ଦେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉଖୁଣ୍ଡା ଫରେଷ୍ଟର ପ୍ରମୋଦ ବେହେରାଙ୍କୁ ପଚାରିବାରୁ, ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବାକୁ ଗଜସାଥୀଙ୍କୁ ନିୟୋଜିତ କରାଯାଇଛି। କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe