ଧାନ ଫସଲ ନଷ୍ଟ କଲେ ହାତୀପଲ

Advertisment
ଧାନ ଫସଲ ନଷ୍ଟ କଲେ ହାତୀପଲ

ଚମ୍ପୁଆ: ଏକ ୧୪ଟିକିଆ ହାତୀପଲ ଗତକାଲି ରାତିରେ ଚମ୍ପୁଆ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଡ଼ଙ୍ଗପାଳ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଝାଡ଼ଖଣ୍ଡ ପଟୁ ବୈତରଣୀ ନଦୀ ପାର ହୋଇ ଏହି ହାତୀପଲ ଅଡ଼ଙ୍ଗପାଳ ଗ୍ରାମରେ ପଶିଛନ୍ତି। ଖରଟିଆ ଧାନ ଫସଲ ନଷ୍ଟ କରିବା ସହ ଗ୍ରାମର ଠାକୁରାଣୀ ଶାଳରେ ଥିବା ଏକ ନଳକୂପକୁ ଭାଙ୍ଗି ଦେଇଛନ୍ତି।

ହାତୀପଲ ରାତିସାରା ଫସଲ ନଷ୍ଟ କରିବା ପରେ ପୁଣି ନଦୀ ପାର ହୋଇ ଝାଡ଼ଖଣ୍ଡ ଆଡ଼କୁ ଚାଲି ଯାଇଛନ୍ତି। ହାତୀଙ୍କ ଗତିବିଧି ସମ୍ପର୍କରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସୂଚନା ଦିଆଯାଉ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe