ଜଳୁଛି ଅଟେଇ, ରେବଣା ଜଙ୍ଗଲ

Advertisment
ଜଳୁଛି ଅଟେଇ, ରେବଣା ଜଙ୍ଗଲ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଶଗଡ଼ପଟା-ଦାନ୍ତୁଆଣି ରାସ୍ତାକଡ଼ରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲ ଓ ରୋହି, ଚଶାଟାଙ୍ଗିରି, ବନବୀର ଓ ଭୋକା ଗ୍ରାମ ନିକଟରେ ଥିବା ରେବଣା ସଂରକ୍ଷିତ ଜଙ୍ଗଲର ବରକନ୍ୟା ପାହାଡ଼ରେ ନିଆଁ ଲାଗିଛି। ପ୍ରାୟ ୨୦ ହେକ୍ଟର ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ବନାଗ୍ନି ଯୋଗୁଁ ବହୁ ମୂଲ୍ୟବାନ ଗଛଲତା ପୋଡ଼ି ନ‌ଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗ କର୍ମଚାରୀମାନେ ନାକେଦମ୍‌ ହୋଇଛନ୍ତି।

ଉଭୟ ସଂରକ୍ଷିତ ଜଙ୍ଗଲ ଦେଓଗାଁ ବାନାଞ୍ଚଳ ଅନ୍ତର୍ଗତ ଭଗାମୁଣ୍ଡା ଓ ହରିଚନ୍ଦନପୁର ସେକ୍ସନ ଅଧୀନରେ ରହିଛି। ଉଭୟ ସେକ୍ସନରେ ବନପାଳଙ୍କ ପଦବି ଖାଲିପଡ଼ିଛି। ଉଭୟ ସେକ୍ସନରେ ବନପାଳ ନିଯୁକ୍ତି ସାଙ୍ଗକୁ ନିଆଁକୁ ତୁରନ୍ତ ଆୟତ୍ତ କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe