ଦୁର୍ଘଟଣାରେ ଆହତ ହାବିଲଦାରଙ୍କ ମୃତ୍ୟୁ

Advertisment
ଦୁର୍ଘଟଣାରେ ଆହତ ହାବିଲଦାରଙ୍କ ମୃତ୍ୟୁ

image source-new indian express

ଆନନ୍ଦପୁର: ଦୁର୍ଘଟଣାରେ ଆହତ ଆନନ୍ଦପୁର ଅଗ୍ନିଶମ ବିଭାଗର ହାବିଲଦାର ପୂର୍ଣ୍ଣଚନ୍ଦ୍ର ମୁର୍ମୁ (୫୦)ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ମାର୍ଚ୍ଚ ୨୩ ତାରିଖରେ ପୂର୍ଣ୍ଣଚନ୍ଦ୍ର ବାଇକ୍‌ରେ ଆନନ୍ଦପୁରରୁ ନିଜ ଘର ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼କୁ ଯାଉଥିବାବେଳେ କରଞ୍ଜିଆ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେ କଟକରୁ ଫେରି ଆନନ୍ଦପୁରରେ ସରକାରୀ ବାସଭବନରେ ରହୁଥିଲେ।

ଗତକାଲି ପୂର୍ବାହ୍ନରେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁଣି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନ ସାଢ଼େ ୧୧ଟାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ହାବିଲଦାର ପୂର୍ଣ୍ଣଚନ୍ଦ୍ର ଜଣେ ନିର୍ଭିକ ଆଗ୍ନିକ ଥିଲେ। ବିପର୍ଯ୍ୟୟ ସମୟରେ ଆଗଭର ହୋଇ କାର୍ଯ୍ୟ କରୁଥିଲେ ଆନନ୍ଦପୁର ଅଗ୍ନିଶମ ଅଧିକାରୀ ପ୍ରତାପ ଚନ୍ଦ୍ର ସିଂହ କହିଛନ୍ତି। ତାଙ୍କ ଅକାଳ ବିୟୋଗରେ ବିଭାଗୀୟ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe