କେନ୍ଦୁଝରଗଡ଼-ଖୋର୍ଦ୍ଧା ରୋଡ୍‌ ମେମୁ ଟ୍ରେନ୍‌ରେ ଅସମ୍ଭାଳ ଭିଡ଼: ବଗି ସଂଖ୍ୟା ବଢ଼ାଇବାକୁ ଦାବି

Advertisment
କେନ୍ଦୁଝରଗଡ଼-ଖୋର୍ଦ୍ଧା ରୋଡ୍‌ ମେମୁ ଟ୍ରେନ୍‌ରେ ଅସମ୍ଭାଳ ଭିଡ଼: ବଗି ସଂଖ୍ୟା ବଢ଼ାଇବାକୁ ଦାବି

ହରିଚନ୍ଦନପୁର: କେନ୍ଦୁଝରଗଡ଼-ଖୋର୍ଦ୍ଧା ରୋଡ ଓ ଖୋର୍ଦ୍ଧା ରୋଡ-କେନ୍ଦୁଝରଗଡ଼ ମଧ୍ୟରେ ଯାତାୟାତ କରୁଥିବା ଦୈନିକ ମେମୁ ପସେଞ୍ଜର ଟ୍ରେନ୍‌ରେ ପ୍ରବଳ ଭିଡ଼ ହେଉଛି। ଗତକାଲି ସକାଳେ ଟ୍ରେନ୍‌ରେ ଅସମ୍ଭାଳ ଭିଡ଼ ଯୋଗୁଁ କେତେକ ଯାତ୍ରୀ ବଗି ଭିତରେ ପଶି ନପାରି ଫେରିଯାଇଥିଲେ। ଟ୍ରେନ୍‌ରେ ଛିଡ଼ା ହେବାକୁ ସ୍ଥାନ ନଥିବାରୁ ଯାତ୍ରୀମାନେ ଭିତର ପଟୁ କବାଟ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା।

ଏହି ଟ୍ରେନ୍‌ରେ ମାତ୍ର ୮ଟି ବଗି ରହିଛି। ହରିଚନ୍ଦନପୁର ଷ୍ଟେସନରୁ ପ୍ରତିଦିନ ଶତାଧିକ ଯାତ୍ରୀ କଟକ ଓ ଭୁବନେଶ୍ଵରକୁ ଯାତ୍ରା କରୁଛନ୍ତି। ଅଧିକାଂଶ ଦିନ ବସିବା ପାଇଁ ସିଟ୍‌ ନଥିବାରୁ ସେମାନେ ୪ ଘଣ୍ଟା କ‌ାଳ ଛିଡ଼ା ହୋଇ ଯାତ୍ରା କରୁଛନ୍ତି।  ଛିଡ଼ା ହେବାକୁ ଜାଗା ନଥିବାରୁ ଯାତ୍ରୀମାନେ ଷ୍ଟେସନରୁ ଫେରିଯାଇଥିଲେ। ସେହିପରି ଫେରିବା ବେଳେ ମଧ୍ୟ ଏହି ଟ୍ରେନ୍‌ରେ ଯାତ୍ରୀମାନେ ଛିଡ଼ା ହୋଇ ଆସୁଛନ୍ତି। ରେଳବାଇ କେନ୍ଦୁଝର ଜିଲ୍ଲାରୁ ଖଣିଜ ପରିବହନ କରି କୋଟି କୋଟି ଟଙ୍କା ଆୟ କରୁଛି। କିନ୍ତୁ ସେହି ତୁଳନାରେ ଜିଲ୍ଲାବାସୀଙ୍କୁ ରେଳଯାତ୍ରାରେ ସୁବିଧା ଦେଉନଥିବା ଅଭିଯୋଗ ହେଉଛି। କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ ମେମୁ ଟ୍ରେନ୍‌ରେ ବଗି ସଂଖ୍ୟା ବଢ଼ାଇବା ପାଇଁ ଯାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe