ଦୋକାନ ଭିତରକୁ ପଶିଗଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଚାଳକ

ଦୋକାନ ଭିତରକୁ ପଶିଗଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଚାଳକ

ହାଟଡ଼ିହି: ଆନନ୍ଦପୁର -ଭଦ୍ରକ ରାସ୍ତାର ଚଣ୍ଡୀ ବିରଞ୍ଚିପୁର ନିକଟରେ ଏକ ଦୋକାନ ଭିତରକୁ ପଶିଯାଇଛି ୧୦ଚକିଆ ବାଲି ବୋଝେଇ ହାଇୱା। ଘଟଣା ଘଟିଛି ଶନିବାର ବିଳମ୍ବିତ ରାତିରେ। ହାଇୱାଟି ବାଲି ବୋଝେଇ କରି ଦ୍ରୁତ ଗତିରେ ଭଦ୍ରକ ଆଡ଼କୁ ଯାଉଥିବା ବେଳେ ରାତି ୩ଟା ବେଳେ ବିରଞ୍ଚିପୁର ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନ ଭିତରକୁ ପଶିଯିବାରୁ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି। ଏପରିକି ହାଇୱାଟି ଦୋକାନ କଡରେ ଥିବା ଏକ ଗଛକୁ ଧକ୍କା ଦେଇ ସମ୍ପୁର୍ଣ୍ଣ ଓଲଟି ପଡିଛି।

ସୌଭାଗ୍ୟବଶତଃ ଗତକାଲି ଦୋକାନୀ ଜଣକ ଦୋକାନରେ ଶୋଇ ନଥିବାରୁ ବଡ଼ଧରଣର ଦୁର୍ଘଟଣାରୁ ରକ୍ଷା ପାଇଥିବା ବେଳେ ହାଇୱା ଚାଳକ ଜଣକ ଗାଡ଼ିରୁ ଡେଇଁ ପଡ଼ି ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଆଜି ସକାଳୁ ଏହା ଜଣାପନିବା ପରେ ଘଟଣାସ୍ଥଳରେ ନନ୍ଦିପଦା ପୁଲିସ ପହଞ୍ଚିବା ସହ ଲୋକଙ୍କ ଭିଡ଼ ଜମିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe