hands of a prisoner on prison bars
ଚମ୍ପୁଆ : ଦ୍ୱିତୀୟ ପତ୍ନୀକୁ ପୋଡି ମାରିବା ମାମଲାରେ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଡକ୍ଟର ପବିତ୍ର ମୋହନ ସାମଲ ଅଭିଯୁକ୍ତ ସ୍ୱାମୀ ଓ ସଉତୁଣୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ମାମଲା ବିବରଣୀରୁ ପ୍ରକାଶ, ୨୦୧୪ ମସିହା ମେ ମାସ ୨୫ ତାରିଖରେ ଝୁମ୍ପୁରା ଥାନା ରାମଚନ୍ଦ୍ରପୁର ଗ୍ରାମର ବିଦ୍ୟାଧର ମହାନ୍ତ (୩୫) ବାମେବାରୀ ଥାନା ବଳଭଦ୍ରପୁର ଗ୍ରାମର ଲିଲିମଣି ମହାନ୍ତଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଲିଲିମଣିଙ୍କୁ ତାଙ୍କ ସ୍ୱାମୀ ବିଦ୍ୟାଧର ଓ ପ୍ରଥମ ପତ୍ନୀ ମାଳତୀ ମହାନ୍ତ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିିଲେ। ଦୁହେଁ ମିଶିି ଲିଲିମଣିଙ୍କ ଉପରେ କିରୋସିନ ଢାଳି ପୋଡି ମାରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ଲିଲିମଣିଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁକାଳୀନ ଜମାନବନ୍ଦୀରେ ସ୍ୱାମୀ ଓ ସଉତୁଣୀ ତାଙ୍କୁ ଜୀବନରେ ମାରି ଦେବାକୁ ଷଡ଼ଯନ୍ତ୍ର କରିଥିିଲେ ବୋଲି ଲିଲିମଣି ଡାକ୍ତରଙ୍କୁ କହିଥିଲେ।
ଏହି ମାମଲାର ଆଜି ଚୂଡାନ୍ତ ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡକ୍ଟର ସାମଲ ଉଭୟଙ୍କୁ ଆଜୀବନ ଜେଲ ଭୋଗିବାକୁ ରାୟ ଦେଇଛନ୍ତି। ପୀଡିତାଙ୍କ ପକ୍ଷରୁ ବରିଷ୍ଠ ଓକିଲ ମଧୁସୂଦନ ପତି ଓ ଆସାମୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳକୃଷ୍ଣ ପରିଡା ମକଦ୍ଦମା ପରିଚାଳନା କରିଥିଲେ।
Follow Us