କେନ୍ଦୁଝର: ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

Advertisment
ହାତୀ ଆକ୍ରମଣରେ ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ

Elephant Nature Park

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କୁଲାଡେରା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଜି ସକାଳୁ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣକ ନିଧିଆ ନାଏକ। ସେ ବଦଳ ଖୋଜିବାକୁ ଆସିଥିଲେ। ଘରକୁ ଫେରୁଥିବା ବେଳେ ବନବିହାରୀପୁର କାଜୁ ପଡିଆରେ ହାତୀ ହାବୁଡରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା। ସ୍ଥାନୀୟ ଲୋକେ ପାଟି କରିବାରୁ ହାତୀଟି ପଳାଇଥିଲା। ଗୁରୁତରଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ହାତୀ ଘଉଡାଇବା ଦାବିରେ ବନବିଭାଗ କର୍ମଚାରୀ ଓ ଗାଡ଼ିକୁ ୩ ଘଣ୍ଟା ଅଟକ ରଖିଥିଲେ।ସୂଚନାଯୋଗ୍ୟ, ୧୦ ଦିନ ତଳେ ସମାନ ସ୍ଥାନରେ କୁଲାଡେରା ଗ୍ରାମର ଜହ୍ନି ଦେହୁରୀଙ୍କୁ ହତୀ ମାରି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe